କୁନ୍ଦରକି ଆସନରେ ୧୧ ମୁସଲିମ ଆଶାୟୀଙ୍କ ମଧ୍ୟରେ ଆଗୁଆ ହିନ୍ଦୁ ପ୍ରାର୍ଥୀ
କୁନ୍ଦରକି: ୟୁପି ଉପନିର୍ବାଚନରେ ସପାକୁ ବଡ ଝଟକା । ସପା ଗଡ ଭାବେ ଜଣାଶୁଣା କୁନ୍ଦରକି ଆସନ ଏଥର ହାତରୁ ଗଲା ଭଳି ଲାଗୁଛି । ମୁସଲିମ ବହୁଳ କୁନ୍ଦରକି ଆସନ ଏଥର ହିନ୍ଦୁ ଆଶୀୟୀଙ୍କ ପାଖକୁ ଚାଲିଯାଇଛି । ବିଜେପିର ରାମବୀର ଠାକୁର ୭୦ ହଜାରରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି । ସପା ନେତା ହାଜି ମହମ୍ମଦ ରିଜୱାନ ଦିନ ୧ଟା ସୁଦ୍ଧା ମାତ୍ର ୧୦ ହଜାର ଭୋଟ ହାତେଇଛନ୍ତି । ବିଜେପିର ରାମବୀର ଠାକୁରଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇଛି ।
କୁନ୍ଦରକି ଉପନିର୍ବାଚନରେ ୧୧ ମୁସଲିମ ଆଶାୟୀଙ୍କ ମଧ୍ୟରେ ବିଜେପି ଜଣେ ମାତ୍ର ହିନ୍ଦୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ସପା ପ୍ରାର୍ଥୀ ହାଜି ମହମ୍ମଦ ରାଜନୀତିରେ ଦୀର୍ଘ ୪୦ ବର୍ଷ ଧରି ସକ୍ରିୟ ଅଛନ୍ତି । ଗତ ୨୦୦୨, ୨୦୧୨ ଓ ୨୦୧୭ରେ ଏହି ଆସନରୁ ବିଜୟ ହାସଲ କରିଛନ୍ତି ।ଏହି ଆସନ ସପା ଗଡ ଭାବେ ପରିଚିତ ଥିବାରୁ ରାମବୀରଙ୍କ ଏଣ୍ଟ୍ରି ଅଖିଳେଶଙ୍କୁ ଝଟକା ଦେଇଛି ।
ଫଳାଫଳକୁ ଦେଖି ପ୍ରଶ୍ନ ଉଠୁଛି ଯେ କାହିଁକି କୁନ୍ଦରକୀରେ ମୁସଲିମ୍ ଭୋଟର ଭାଗବାଣ୍ଟରେ ବିଜେପିକୁ ଫାଇଦା ହୋଇଛି? ଏହା ସହ ସିଏମ ଯୋଗୀଙ୍କ ଲଗାତାର ନିର୍ବାଚନ ପ୍ରଚାର ପାର୍ଟିକୁ ଫାଇଦା ମିଳିଲା । ଖୋଦ ରାମବୀର ଠାକୁର ମୁସଲିମ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ବିଜେପିର ମୁସଲିମ ୱିଙ୍ଗ ଓ ମୁସଲିମ ନେତା କୁନ୍ଦରକିରେ ଡେରା ପକାଇ ନିର୍ବାଚନ ପ୍ରଚାର କରିଥିଲେ ।