ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ
ଭୁବନେଶ୍ବର : ଚଳିତ ବର୍ଷ ଯୁକ୍ତ ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ । ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୨୦ ମାର୍କର ଦେବେ ଆସେସମେଣ୍ଟ ପରୀକ୍ଷା । ଉଭୟ ଆସେଶମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ଦେବେ । ୧୦୦ରୁ ୨୪ ମାର୍କ ରଖିଲେ ହେବେ ପାସ । ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ନେଇଛି । ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ । ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ।