ମହିଳା କମିଶନଙ୍କୁ ଭାଙ୍ଗିବା ଓ ସଦସ୍ୟଙ୍କୁ ବରଖାସ୍ତ କରାଯିବା ପ୍ରସଙ୍ଗରେ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ: ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୧ ତାରିଖ ହେବ । ଏହି ସମୟ ମଧ୍ଯ୍ଯରେ କୌଣସି ନୂଆ ନିଯୁକ୍ତି ନ କରିବାକୁ ଖଣ୍ଡପୀଠ ରାଜ୍ଯ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଯଦି କମିଶନଙ୍କ କାର୍ଯ୍ଯ ସନ୍ତୋଷଜନକ ନଥିଲା ତେବେ ଫରଫରମାନ୍ସ ଆପ୍ରାଇଜଲ କାର୍ଡ ମଧ୍ୟ ଦେଖାଇବାକୁ ସରକାରଙ୍କୁ କହିଛନ୍ତି । ଗତ ଅକ୍ଟୋବର ୨୮ ତାରିଖରେ କମିସନଙ୍କୁ କାରଣ ଦର୍ଶାଅ ନୋଟିସ ଓ ପରେ ଅକ୍ଟୋବର ୯ ତାରିଖରେ ପଦଚ୍ଯୁତ ସମ୍ପର୍କିତ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ । ଏହାକୁ ଚ୍ଯାଲେଞ୍ଜ କରି ପଦଚ୍ଯୁତ ହୋଇଥିବା ତିନି ଜଣ ସଦସ୍ଯା ବିଜୟ ବରୁଆ, ସ୍ଵର୍ଣ୍ଣଲତା ସାମଲ ଏବଂ ବବିତା ସ୍ଵାଇଁ ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ ।