spot_img

Latest Posts

ବନ୍ଧା ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

ସୁବର୍ଣ୍ଣପୁର : ବନ୍ଧା ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ତାଙ୍କୁ ଗିରଫ କରିଛି। ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୁରେଶ ପାଣିଗ୍ରାହୀଙ୍କ ସୋନପୁର ଭଡା ଘର, ଅଫିସରେ ରେଡ୍ ହୋଇଥିଲା। ବଲାଙ୍ଗୀର ତୁଳସୀ ନଗର ଘର, ସୋନପୁରରେ ଥିବା ଅଫିସ, ବରଗଡ ବିଜେପୁରରେ ଥିବା ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସୋନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନରେ ଥିବା ଭଡ଼ାଘରେ ରେଡ୍ କରିଥିଲା ଭିଜିଲାନସ ।  ତାଙ୍କର ୨ଟି ବିଲଡିଂ, ୪ ଏକରର ଏକ ଫାର୍ମ ହାଉସ୍‌, ସେଥିରେ ରହିଛି ୫୦୦ ଶାଗୁଆନ ଗଛ, ୧୯ଟି ପ୍ଲଟ । ଏଥି ମଧ୍ୟରୁ ବରଗଡ଼ରେ ୧୧ଟି, ୩ଟି ଭୁବନେଶ୍ଵରରେ, ୪ଟି ସମ୍ବଲପୁରରେ ଅଛି। ଏହା ସହିତ ୧ କୋଟି ୭୨ ଲକ୍ଷ ଟଙ୍କାର ଜମା, ଦେଢ଼ ଲକ୍ଷ ନଗଦ ମିଳିଥିଲା। ଏହା ପରେ ଭିଜିଲାନସ ତାଙ୍କୁ ଗିରଫ କରିଛି । ଆଜି କୋର୍ଟରେ ହାଜର କରାଯିବ।

Latest Posts

Don't Miss