ଉତ୍ପନ୍ନା ଏକାଦଶୀ ସଂଧ୍ୟାରେ ଏମିତି କଲେ ଋଣରୁ ହୋଇଯିବେ ମୁକ୍ତ

ନନ୍ଦିଘୋଷ ବ୍ୟୁରୋ : ଉତ୍ପନ୍ନା ଏକାଦଶୀ ହିନ୍ଦୁ ଧର୍ମରେ ଗୋଟିଏ ଏକାଦଶୀ । ମାର୍ଗଶୀର ମାସ କୃଷ୍ଣପକ୍ଷ ଏକାଦଶୀକୁ ଉତ୍ପନ୍ନା ଏକାଦଶୀ ଭାବେ ପାଳନ କରାଯାଏ  । ଏହି ଏକାଦଶୀର ମହତ୍ତ୍ବ ରହିଛି କାରଣ ଭଗବାନ ବିଷ୍ଣୁଙ୍କ ଉପାସନା ଏହି ଏକାଦଶୀର ଉତ୍ପତ୍ତି ସହିତ ଜଡିତ । ଶାସ୍ତ୍ରରେ ଏହାକୁ ପ୍ରଥମ ଏକାଦଶୀ ଭାବରେ ଗଣାଯାଏ  । ଚଳିତ ବର୍ଷ ୨୬ ନଭେମ୍ବର ମାସରେ ଉତ୍ପନ୍ନ ଏକାଦଶୀର ବ୍ରତ ପାଳନ କରାଯିବ । ଏହି ଏକାଦଶୀ ଦିନ ବିଶେଷ ପଦକ୍ଷଷପ ଗ୍ରହଣ କରିବା ଆର୍ଥିକ କ୍ଷେତ୍ରରେ ଲାଗ ଦାୟକ ଅଟେ । ଜ୍ୟାତିଷଙ୍କ କହିବାନୁଯାୟୀ, ଏହି ଦିନ କିଛି ନିଆରା ଉପୟ କଲେ ଅର୍ଥିକ ସ୍ଥିତି ଭଲ ରହିବ । ଚଳିତ ବର୍ଷ ଉତ୍ପନ୍ନ ଏକାଦଶୀ ୨୬ ନଭେମ୍ବର ରାତି ୧ ଘଣ୍ଟା ୧ ମିନଟ ଠାରୁ ୨୭ ନଭେମ୍ବର ରାତି ୩ ଘଣ୍ଟା  ୪୭ ମିନଟ ପର୍ଯ୍ୟାନ୍ତ ହେବ । ତେଣୁ ୨୬ ନଭେମ୍ବର ଦିନ ହିଁ ଉତ୍ପନ୍ନା ଏକାଦଶୀ ବ୍ରତ ପାଳନ କରାଯିବ ।

ଆର୍ଥିକ ସଙ୍କଟ ବା ଋଣରୁ ମୁକ୍ତି

ଉତ୍ପନ୍ନା ଏକାଦଶୀ ଦିନ ସଂଧ୍ୟା ସମୟରେ ପୂଜା ସ୍ଥାନରେ ଲାଲ ରଙ୍ଗର ଆସନ ଉପରେ ବସି ଏକ ମାଳା ଧରି ଓଁ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ପ୍ରସାଦ ଭାବରେ ହାଲଓ୍ବା ଅର୍ପଣ କରିବା ସହ ଦୀପ ଜାଳନ୍ତୁ ।

ରୋଗରୁ ମୁକ୍ତି ହେବାର ଉପାୟ

ଏହି ଦିନ ସଂଧ୍ୟାରେ ପିପଳୀ ଗଛରେ କଞ୍ଚା କ୍ଷୀର ସହିତ ଜଳ ମିଶାଇ ଡାଳନ୍ତୁ । ଏମିତି କ୍ରମାଗତ ଭାବରେ ୨୧ ଦିନ କରନ୍ତୁ । ପିପଳୀ ଗଛ ମୂଳରୁ ଓଦା ମାଟି ନେଇ କପାଳ ଓ ନାଭିରେ ଲଗାନ୍ତୁ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଉପାସନା କରିବା ପାଇଁ ଶୁଭ ଦିନ ।

ଶିଘ୍ର ବିବାହ କରିବା ପାଇଁ ଉପାୟ

ଉତ୍ପନ୍ନା ଏକାଦଶୀ ଦିନ ଲାଲ କିମ୍ବା ହଳଦିଆ ରଭ୍ଗର ପୋଷାକ ଧାରଣ କରନ୍ତୁ । ଶାଳଗ୍ରାମକୁ ସ୍ନାନ କରିବା ପରେ ଚନ୍ଦନ ଲଗାଇ ହଳଦିଆ ଆସନରେ ବସାନ୍ତୁ । ତୁଳସୀ ଅର୍ପଣ କରନ୍ତୁ । ଆଉ ତୁମ ବିବାହ ଶିଘ୍ର ହୋଇଯାଉ ବୋଲି ପ୍ରାର୍ଥନା କରନ୍ତୁ ।

ଏକାଦଶୀ ଦିନ ବିଷ୍ଣୁଙ୍କ ଏହି ମନ୍ତ୍ର ଜପ କରନ୍ତୁ

  • ଓଁ ନାରାୟଣାୟ ବିଦ୍ମହେ, ବାସୁଦେବାୟ ଧୀମହି, ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍
  • ଓଁ ବିଷ୍ଣବେ ନମଃ
  • ଓଁ ନମୋ ଭଗବତେ ବସୁଦେବାୟ ନମଃ
  • ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ