spot_img

Latest Posts

ପରଲୋକରେ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ୧୯୫୧ରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ ମନମୋହନ । ପୁଣେ ଏଫଟିଆଇରୁ ଶିକ୍ଷାଲାଭ କରିଥିବା ମନମୋହନ ୧୯୭୫ରେ ପ୍ରଥମ ଥର ପାଇଁ ‘ଆଣ୍ଟି ମୋମରିସ’ ନାମକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ପରେ ୧୯୮୧ରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଶୀତ ରାତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଭିନ୍ନ ସମୟ, ଅନ୍ଧ ଦିଗନ୍ତ, କିଛି ସ୍ମୃତି କିଛି ଅନୁଭୂତି, ନିଶିଥ ସ୍ୱପ୍ନ, ମଝି ପାହାଚ, କ୍ଲାନ୍ତ ଅପରାହ୍ନ, ନୀରବ ଝଡ଼ ଏବଂ ଶୀତରାତି ଭଳି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ପାଇଁ ସେ ଆଠ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଜୟଦେବ ପୁରସ୍କାର, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଉତ୍କଳ ସଂସ୍କୃତି  ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ ପାଇଥିଲେ ।

ଓଡ଼ିଆ କଥାଚିତ୍ର ବ୍ୟତୀତ ଡକ୍ୟୁମେଣ୍ଟାରୀ, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ହିନ୍ଦୀ ଫିଳ୍ମର ନିର୍ଦ୍ଦେଶନା ଦେଇଥିଲେ ମନମୋହନ ।

Latest Posts

Don't Miss