ହିନ୍ଦୁଙ୍କ ବିରୋଧରେ ହିଂସାର ଭୟାବହତାକୁ ଅସ୍ୱୀକାର କଲେ ମହମ୍ମଦ ୟୁନୁସ
1 min readନନ୍ଦିଘୋଷ ବ୍ୟୁରୋ: ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଅସ୍ବୀକାର କଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ସେ ଏଭଳି ମତ ରଖିଛନ୍ତି । ଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ବଡ ବୟାନ ଦେଇଛନ୍ତି । ଧାର୍ମିକ ସଂଖ୍ୟାଲଘୁଙ୍କ ବିଷୟରେ ଆଲୋଚନା ହେଉଥିବା ଆକ୍ରମଣର ଚର୍ଚ୍ଚା ଅନାବଶ୍ୟକ ଭୟ ଖେଳାଉଥିବା ସେ ଉଲ୍ଲେଖ କରିଛନ୍ତି ।
ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୦୦ଦିନ ପୂର୍ତ୍ତି ଅବସରରେ ଦେଶର ଲୋକଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧିତ କରିଥିଲେ । ମହମ୍ମଦ ୟୁନୁସ କହିଛନ୍ତି ଯେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ସହ ଜଡିତ ପ୍ରତ୍ୟେକ ଘଟଣାର ତଦନ୍ତ କରାଯାଉଛି। ଆମେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛୁ ଯାହାଦ୍ବାରା କେବଳ ହିନ୍ଦୁ ନୁହଁନ୍ତି ଦେଶର ପ୍ରତ୍ୟେକ ନାଗରିକ ଯେମିତି ଏହି ହିଂସାର ଶିକାର ନହେବେ । ଏନେଇ ଆମେ ପ୍ରୟାସ ଜାରି ରଖିବୁ | ସେ କହିଛନ୍ତି ଯେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ଦେଶ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। କିନ୍ତୁ ଧାର୍ମିକ ସଂଖ୍ୟାଲଘୁମାନଙ୍କ ବିଷୟରେ ଅନାବଶ୍ୟକ ଭୟ ବ୍ୟାପିବାରେ ଲାଗିଛି । ମହମ୍ମଦ ୟୁନୁସ କହିଛନ୍ତି ଯେ କେତେକ କ୍ଷେତ୍ରରେ ହିଂସା କରାଯାଇଛି। ଯେଉଁ ଯେଉଁ ସ୍ଥାନରେ ହିଂସା ଘଟିଛି, ସେଗୁଡ଼ିକ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ | ବାସ୍ତବରେ ଏହା ଦେଶକୁ ଅସ୍ଥିର କରିବା ପାଇଁ ଏକ ଷଡ଼ଯନ୍ତ୍ର, ଯାହାକୁ ଏକ ଧାର୍ମିକ ରଙ୍ଗ ଦିଆଯାଉଛି ।କିନ୍ତୁ ସରକାର ଏଭଳି ପରିସ୍ଥିତିର ମୁକାବିଲା କରିବେ।
ଏହାସହିତ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିବେ। ଚଳିତ ବର୍ଷ ଅଗଷ୍ଟରେ ଆୱାମୀ ଲିଗ୍ ସରକାରଙ୍କ ପତନ ପରେ ଶେଖ ହସିନା ଭାରତ ପଳାଇଥିଲେ ଏବଂ ବର୍ତ୍ତମାନ ସେଠାରେ ରହୁଛନ୍ତି। ମହମ୍ମଦ ୟୁନୁସ କହିଛନ୍ତି ଯେ ଜୁଲାଇ-ଅଗଷ୍ଟ ବିପ୍ଳବ ସମୟରେ ଘଟିଥିବା ପ୍ରତ୍ୟେକ ହତ୍ୟା ପାଇଁ ଆମେ ନ୍ୟାୟ ମାଗିବୁ। ଯେଉଁମାନେ ଦାୟୀ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବୁ । ଏବଂ ଏଥିପାଇଁ ଉତ୍ତରଦାୟୀ ଥିବା ହସିନାଙ୍କୁ ଭାରତରୁ ଫେରିବା ପାଇଁ ଦାବି କରିବୁ। ମହମ୍ମଦ ୟୁନୁସଙ୍କ ନିକଟରେ ଦେଇଥିବା ମନ୍ତବ୍ୟରେ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଭାରତରୁ ବହିଷ୍କୃତ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ‘ପଳାତକ’ ମାନଙ୍କୁ ଫେରାଇ ଆଣିବାରେ ଇଣ୍ଟରପୋଲର ସହାୟତା ଲୋଡିବେ।