ରବିବାର ଖାଁ ଖାଁ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ: ଲାଗିନି କୁନି ସାରଥୀଙ୍କ ଦରକାର, ନାହିଁ ଭକ୍ତଙ୍କ ଦେଖା
ଭୁବନେଶ୍ବର: ଆଜି ରବିବାର । ଜମିଥାନ୍ତା ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ଭିଡ଼ । ଲାଗିଥାନ୍ତା କୁନି ସାରଥୀଙ୍କ ଦରବାର । ହେଲେ ଆଜି ଏମିତି କିଛି ଏଠାରେ ଦେଖିବାକୁ ମିଳୁନି । କୁନି ସାରଥୀ ଓ ତାଙ୍କ ପାଦରେ ତୁଳସୀ ଥୁଆଯିବା ବିବାଦ ବଢିବା ପରେ ଖାଁ ଖାଁ ଆଶ୍ରମ । କୁନି ସାରଥୀ ଆସି ନାହାନ୍ତି । ଆଶ୍ରମ କର୍ତ୍ତୃପକ୍ଷଙ୍କ ଦେଖାନାହିଁ । ଏପରିକି, ପିଲାଟିକୁ ଭଗବାନ ଭାବୁଥିବା ଭକ୍ତଙ୍କର ବି ଦେଖାନାହିଁ । ଫାଟକରେ ତାଲା ପଡିଛି । ଆଶ୍ରମ ବାହାର ଓ ଭିତରେ କାହାରିଙ୍କୁ ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମେ । କିନ୍ତୁ ଆଜି ରବିବାର ଥିଲେ ମଧ୍ୟ ବିବାଦ ହୋଇଥିବାରୁ ଆଶ୍ରମରେ କାହାକୁ ଦେଖିବାକୁ ମିଳୁନାହିଁ ।
ସୂଚନାଯୋଗ୍ୟ, ଏଠି ଭକ୍ତଙ୍କ ପାଇଁ ଡ୍ରେସ କୋଡ଼ ମଧ୍ୟ ରହିଛି । ଭକ୍ତମାନେ ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତି । ଏଥିସହିତ ଆଶ୍ରମଠାରୁ ୨୦୦ ମିଟର ଦୂରରେ ଆଶ୍ରମର ଏକ ଗୋଦାମ ସହ ଭକ୍ତଙ୍କ ରହିବା ପାଇଁ ଘର ରହିଛି । ଏହି ତିନି ମହଲା ଘରେ ଆଶ୍ରମର ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ରୋସୋରି ସାମଗ୍ରୀ ସହ ଭକ୍ତମାନେ ଆସିଲେ ସେଠି ରୁହନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।
ହେଲେ ଆଶ୍ରମକୁ ନେଇ ବିବାଦ ହେବା ପରେ ଗୋଦାମ ପରିସରରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କୁନି ସାରଥୀ ପାଦରେ ପବିତ୍ର ତୁଳସୀ ରଖିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଶ୍ରମ ମୁଖ୍ୟ ଟ୍ରଷ୍ଟି ପାଣ୍ଡବ ପରିଡ଼ା । କୁନି ସାରଥୀଙ୍କ ପାଦତଳେ ତୁଳସୀ ରଖିବା ଫଟୋ ଏବେକାର ନୁହେଁ ବୋଲି ସେ କହିଛନ୍ତି । ଏହି ଫଟୋ ୧୦ ବର୍ଷ ତଳର । ଯିଏବି ତୁଳସୀ ପାଦରେ ଦେଇଛି ସେଥିପାଇଁ ଗଣମାଧ୍ୟମ ଆଗରେ ହାତ ଯୋଡି କ୍ଷମା ମାଗିଛନ୍ତି ଆଶ୍ରମ ଟ୍ରଷ୍ଟି ପାଣ୍ଡବ ପରିଡା