spot_img

Latest Posts

ହାର୍ଟବିଟ ବଢାଉଛି ମହାରାଷ୍ଟ୍ର ନିର୍ବାଚନ, ମଇଦାନରେ ପୁଅଝିଅ

ମୁମ୍ବାଇ: ହାର୍ଟବିଟ ବଢାଉଛି ମହାରାଷ୍ଟ୍ର ନିର୍ବାଚନ । ବିଶେଷ କରି ଜୁନିଅର ଲିଡରଙ୍କ ଭବିଷ୍ଯତ ଉପରେ ରହିଛି ସସପେନ୍ସ । ବାପାଙ୍କ ଦବଦବା ଜାରି ରହିଥିବାବେଳେ ପୁଅ, ଝିଅ, ପୁତୁରାମାନେ କିପରି ମଇଦାନରେ ବିଜୟୀ ହେବେ ତାହା ଉପରେ ରହିଛି ନଜର । ନିର୍ବାଚନ ମଇଦାନରେ ଏଥର ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ନାରାୟଣ ରାଣେଙ୍କ ଦୁଇ ପୁଅ ।

କୁଦାଲ ଆସନରେ ଶିବସେନାରୁ ପ୍ରାର୍ଥୀ ହୋଇଛନ୍ତି ପୁଅ ନୀଲେଶ ରାଣା । ତାଙ୍କୁ ଟକ୍କର ଦେଉଛନ୍ତି ଶିବସେନା ୟୁବିଟି ପ୍ରାର୍ଥୀ ନାଏକ ବୈଭବ ବିଜୟ । ଅନ୍ଯତମ ପୁଅ ନୀତେଶ ରାଣେ ବିଜେପିରୁ କଙ୍କାବଳୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ଶିବସେନା ୟୁବିଟିର ସନ୍ଦେଶ ଭାସ୍କର ପାର୍କର । ଓର୍ଲି ଆସନରୁ ଶିବସେନା ୟୁବିଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଶିବସେନାର ମିଲିନ୍ଦ ଦେଓରା । ବାରମତିରୁ ପ୍ରାର୍ଥୀ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ ଅଜିତ ପାଓ୍ବାର । ତାଙ୍କୁ ଟକ୍କର ଦେଉଛନ୍ତି ତାଙ୍କ ପୁତୁରା ଯୋଗେନ୍ଦ୍ର ପାଓ୍ବାର । ସେ ଏନସିପି(ଏସପି)ରୁ ପ୍ରାର୍ଥୀ ଅଛନ୍ତି ।

ଭୋକାରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅଶୋକ ଚଭନଙ୍କ କନ୍ଯା ଶ୍ରୀଜୟା । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର କୋନ୍ଧେକାର କଦନ ତିରୁପତି । ବାନ୍ଦ୍ରା ପୂର୍ବ ଆସନରେ ଏନସିପିରୁ ଲଢୁଛନ୍ତି ସ୍ବର୍ଗତ ବାବା ସିଦ୍ଦିକୀଙ୍କ ପୁଅ ଜିସାନ ସିଦ୍ଦିକୀ । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଶିବସେନା(ୟୁବିଟି)ର ବରୁଣ ସରଦେଶାଇ । ଲାଟୁର ସିଟିରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ପୁଅ ଅମିତ। ସେହିପରି ବିଳାସରାଓଙ୍କ ଅନ୍ଯ ଜଣେ ପୁଅ ଧୀରଜ ଦେଶମୁଖ ହୋଇଛନ୍ତି ଲାଟୁର ରୁରାଲରୁ ପ୍ରାର୍ଥୀ। କରଜତ ଜାମଖେଡରେ ଏନସିପି(ଏସପି)ରୁ ପ୍ରାର୍ଥୀ ହୋଇଛନ୍ତି ରୋହିତ ପାୱାର। ସେ ହେଉଛନ୍ତି ଅଜିତ ପାୱାରଙ୍କ ପୁତୁରା।

Latest Posts

Don't Miss