ସେୟାର ମାର୍କେଟରେ ହଇଚଇ, ଖସିଲା ଅମ୍ବାନୀ ଆଦାନୀଙ୍କ ସେୟାର

ମୁମ୍ବାଇ: ପୁଣି ଖସିଲା ସେୟାର ମାର୍କେଟ  । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଯୁକ୍ତ ସେନସେକ୍ସରେ ବୁଧବାର ହ୍ରାସ ଘଟିଛି  । ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଛି ସେୟାର ବଜାର  । ନିଫ୍ଟି ଖୋଲିବା ପରେ ହଠାତ୍‌ ୧୭୦ ଅଙ୍କ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା  । ଏହି ହ୍ରାସରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଠୁ ନେଇ ଗୌତମ ଆଦାନୀଙ୍କ ଆଦାନୀ ପୋର୍ଟ ପର୍ଯ୍ୟନ୍ତ ସେୟାର ହ୍ରାସ ଘଟିଛି  । .

ଆଜି ବଜାରରେ ହ୍ରାସ ସହ ୨୩,୮୦୦ ଅଙ୍କ ସହ ବଜାର ଖୋଲିଛି  । ମାର୍କେଟରେ ହ୍ରାସକୁ ଦେଖି ସମସ୍ତ ସେକ୍ଟରରେ ସେଲ୍‌ ଆଉଟ୍‌ ହେଉଥିବା ଜଣାପଡିଛି  । କେବଳ ବ୍ୟାଙ୍କ ନିଫ୍ଟି ସବୁଜ ସଙ୍କେତ ସହ କାରବାର କରୁଛି  । ମିଡ୍‌କ୍ୟାପ୍‌ ଓ ସ୍ମଲ୍‌କ୍ୟାପ୍‌ ସର୍ବାଧିକ ପ୍ରଭାବିତ ହୋଇଛନ୍ତି  । ନିଫ୍ଟି ୫୦ର ୩୮ ସେୟାର ହ୍ରାସ ସହ କାରବାର କରୁଛି  । ମାତ୍ର ୧୨ଟି ସେୟାରରେ କିଣାବିକା ଦେଖିବାକୁ ମିଳୁଛି  ।

ନିଫ୍ଟିରେ ଆଗକୁ ବଢୁଥିବା ଟପ୍‌ ୫ ସେୟାର ମଧ୍ୟରେ ଏନଟିପିସି, ବଜାଜ ଫାଇନାନ୍ସ, ଏସିଆନ ପେଣ୍ଟସ, ଭାରତୀ ଏୟାରଟେଲ ଓ ଏଚଡିଏଫସି ବ୍ୟାଙ୍କ ରହିଛନ୍ତି  । ସେପଟେ ଦ୍ରୁତଗତିରେ ବିଇଏଲ, ଏମ ଆଣ୍ଡ ଏମ, ହିଣ୍ଡାଲକୋ, ହିରୋମୋଟୋ ଓ ଆଇସର ମୋଟର୍ସରେ ହ୍ରାସ ଘଟିଛି  ।

ବଜାରରେ ଦ୍ରୁତଗତିରେ ହ୍ରାସ ପାଇଁ ୨ଟି ବଡ କାରଣ ରହିଛି  । ବିଦେଶୀ ନିବେଶକଙ୍କ ଲଗାତାର ସେୟାର ବିକ୍ରି ଓ ରିଟେଲ ମହଙ୍ଗା ମାଡରେ ସେୟାର ବଜାରରେ ହ୍ରାସ ଘଟିଛି  । ଗତ କିଛି ଦିନ ଧରି ଏଫଆଇଆଇ ଭାରତୀୟ ବଜାରରେ ସେଲ୍‌ ଆଉଟ୍‌ କରୁଛି  । ମଙ୍ଗଳବାର ଦିନ ମହଙ୍ଗା ମାଡ ନିବେଶକଙ୍କ ଟେନସନ ବଢାଇ ଦେଇଛି  । ଫଳରେ ବଜାରରେ ହାହାକାର ସୃଷ୍ଟି ହୋଇଛି  ।