ଗଞ୍ଜାମ ଜିଲ୍ଲାକୁ ଆସିଛି ମହାରାଷ୍ଟ୍ରର ମହାବଳ ବାଘ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ଆସିଛି ମହାରାଷ୍ଟ୍ରର ମହାବଳ ବାଘ । ବାଘ ଚଳପ୍ରଚଳକୁ ନେଇ ବ୍ରହ୍ମପୁର ଡିଏଫଓ ଶନି ଖୋଖର ପ୍ରେସମିଟରେ ସୂଚନା ଦେଇଛନ୍ତି । ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ମହାବଳ ବାଘ ଚଳପ୍ରଚଳ କରୁଛି । ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ଲାଗିଛି ଟ୍ରାପ କ୍ୟାମେରା । ବର୍ତ୍ତମାନ ସୁଦ୍ଧା ବାଘ ୬ଟି ଗୃହପାଳିତ ପଶୁକୁ ଆକ୍ରମଣ କରି ମାରିସାରିଲାଣି । ୬ଟି ଗୃହପାଳିତ ପଶୁଙ୍କ ମାଲିକ ମାନଙ୍କୁ ୫୮ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ବାଘ କୌଣସି ମଣିଷକୁ ଆଘାତ କରିନାହିଁ । ଏସିଏଫଙ୍କ ନେତୃତ୍ୱରେ ବାଘର ଚଳପ୍ରଚଳ ଜାଣିବାକୁ ନେଇ ଟିମ୍ ଗଠନ ହୋଇଛି । ତିନୋଟି ଟିମ୍ ଜରିଆରେ ବାଘର ଚଳପ୍ରଚଳକୁ ନେଇ ୨୪ ଘଣ୍ଟିଆ ନଜର ରଖାଯାଇଛି । ବାଘକୁ ନେଇ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ନକରିବାକୁ ବନବିଭାଗର ଲୋକଙ୍କୁ ନିବେଦନ କରିଛନ୍ତି।