ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଯାଜପୁରରେ ମିନି ମାରାଥନ

ଯାଜପୁର: ଆଜି ଜାତୀୟ ଯୁବ ଦିବସ । ଏହି ଅବସରରେ ଯାଜପୁରରେ ରାଜ୍ୟ ସ୍ତରୀୟ ମିନି ମାରାଥନ ଆୟୋଜିତ ହୋଇଯାଇଛି । ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏହା ଅନୁଷ୍ଠିତ ହୋଇଛି । ମାରାଥନକୁ ଉଦଘାଟନ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଏଥିରେ ବିଜେତାଙ୍କ ପାଇଁ ପ୍ରଥମ ପୁରସ୍କାର ପାଇଁ ୨୦ ହଜାର, ଦ୍ୱିତୀୟ ପୁରସ୍କାର ପାଇଁ ୧୫ ହଜାର, ତୃତୀୟ ପୁରସ୍କାର ପାଇଁ ୧୦ ହଜାର ସହ ୭ଟି ସାନ୍ତ୍ୱନା ମୁଳକ ପୁରସ୍କାରର ବ୍ୟବସ୍ଥା କରାଯାଇଛି ।

Leave a Reply