ସୁରଟରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡାଦେଶ

ସୁରଟ: ଗୁଜରାଟର ସୁରଟରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡାଦେଶ ।  ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ  ଟୁକୁନା ଓରଫ ବୁଧିଆ ଦାସକୁ ଦଣ୍ଡ ଶୁଣାଇଲେ ସୁରଟ ପୋକ୍ସୋ କୋର୍ଟ । ଟୁକୁନାଙ୍କ ଘର ଗଞ୍ଜାମ ଜିଲ୍ଲା ବରଗଡ ଥାନା ପଟାପାବୁଲି ଗାଁର ବୋଲି ସୂଚନା ମିଳିଛି । ୨୦୧୭ ମସିହା ଜୁନ୍‌ ୨୯ ତାରିଖରେ ସୁରଟ ଡୁମସ୍‌ ଅଞ୍ଚଳରେ ଦୋଷୀ ଟୁକନା ନାବଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ।

ତଦନ୍ତ ସମୟରେ ଟୁକୁନା ହିଁ ଝିଅକୁ ହତ୍ୟା କରିଥିବା ପ୍ରମାଣିତ ହୋଇଥିଲା । ମୃତ୍ୟୁ ବେଳେ ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିଲେ । ଗର୍ଭସ୍ଥ ଶିଶୁ ଟୁକୁନାର ହୋଇଥିବା ଡିଏନ୍‌ଏ ଟେଷ୍ଟରୁ ଜଣାପଡିଥିଲା ।  ଟୁକୁନା ନିଜର ପାପ ଲୁଚେଇବାକୁ ଯାଇ ଝିଅକୁ ତଣ୍ଟିଚିପି ହତ୍ୟା କରିଥିଲା । ଘଟଣାକୁ ନେଇ ସେ ସମୟରେ ସୁରଟ ଓ ଓଡ଼ିଶାରେ ଚାଞ୍ଚଲ୍ୟ ଖେଲିଯାଇଥିଲା ।

Leave a Reply