ହାରିଗଲେ କମଳା ହାରିସ କିନ୍ତୁ ଆମେରିକା ନିର୍ବାଚନରେ ଚମକିଲେ ୬ ଭାରତୀୟ
1 min readୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ଟ୍ରମ୍ପ ଯୁଗ । ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ଧୂଳି ଚଟାଇଛନ୍ତି ଟ୍ରମ୍ପ । କିନ୍ତୁ ନିର୍ବାଚନରେ ଭାରତୀୟଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଚମକିଛନ୍ତି ୬ ଭାରତୀୟ । ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ପତିଆରା ଦେଖିବାକୁ ମିଳିଛି । ୬ ଭାରତୀୟ ପ୍ରାର୍ଥୀ ନିର୍ବାଚନ ଜିତି ସିନେଟ ଯିବେ । ମିଶିଗନରୁ ଶ୍ରୀ ଥାନେଦାର ଏହି ନିର୍ବାଚନରେ ବମ୍ପର ବିଜୟ ଲାଭ କରିଛନ୍ତି । ପେସାରେ ଶ୍ରୀ ଥାନେଦାର କମଳା ହାରିସଙ୍କ ଡେମୋକ୍ରାଟିକ ପାର୍ଟିରୁ ନିର୍ବାଚନ ଜିତିଛନ୍ତି । କିଏ ଏହି ଶ୍ରୀ ଥାନେଦାର ?
କର୍ଣ୍ଣାଟକ ବେଲଗାମର ଶ୍ରୀ ଥାନେଦାର ପିଏଚଡି ପାଇଁ ଆମେରିକା ଯାଇଥିବାବଳେ ସେଠାକାର ବାସିନ୍ଦା ହୋଇଯାଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଆମେରିକା ନର୍ବାଚନରେ ଜିତିଥିବା ସମସ୍ତ ଭାରତୀୟ-ଆମେରିକୀୟ ସଦସ୍ୟ ଡେମୋକ୍ରାଟିକ ପାର୍ଟିର ଅଟନ୍ତି । ଶ୍ରୀ ଥାନେଦାରଙ୍କ ବ୍ୟତୀତ କାର୍ଲିଫର୍ଣ୍ଣିଆରୁ ଅମି ବେରା, ରୋ ଖାନ୍ନା, ଇଲିନୋଇସରୁ ରାଜା କୃଷ୍ଣାମୂର୍ତ୍ତି ଓ ୱାଶିଂଟନର ପ୍ରମିଳା ଜୟପାଳ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଏହା ସହ ଭର୍ଜିନିଆରୁ ହାସ ସୁବ୍ରମଣ୍ୟମ ବି ବିଜୟ ହାସଲ କରିଛନ୍ତି । ରାଜା କୃଷ୍ଣମୂର୍ତ୍ତି ଆମେରିକା ସଂସଦରେ ଚୀନ ସହ ରିପବ୍ଲିକାନ ସଦସ୍ୟଙ୍କ ଚୟନ ସମିତିରେ ରାଙ୍କିଂ ସଦସ୍ୟ ଥିଲେ । ସେହିପରି ଅମି ବେରା ସଦନର ବିଦେଶୀ ମାମଲାରେ ସମିତିର ଇଣ୍ଡୋ ପେସିଫିକ ଉପସମିତିର ସଦସ୍ୟ ରହିଛନ୍ତି । ନିକଟରେ ସେ ଷ୍ଟୁଡିଓ ଡିଭିଜନାଲ କକସ୍ର ସହ ଅଧ୍ୟକ୍ଷ ରହିଛନ୍ତି ।
କୁହାଯାଉଛି ଶ୍ରୀ ଥାନେଦାର ଆମେରିକୀୟ କଂଗ୍ରେସରେ ହିନ୍ଦୁ, ବୌଦ୍ଧ, ଶିଖ ଓ ଜୈନ କକ୍ସର ସ୍ଥାପନା କରିଥିଲେ । ଜୟପାଲ ଲଡ୍ସର ପ୍ରଗତିଶୀଳ କକ୍ସର ସେ ଅଧ୍ୟକ୍ଷ ରହିଆସିଛନ୍ତି । ଏହା ଡେମୋକ୍ରାଟିକ ମେଣ୍ଟ ମଧ୍ୟରେ ସବୁଠାରୁ ଦୁର୍ବଳ ବ୍ଲକରେ ଗୋଟିଏ ଅଟେ । ସେପଟେ ଆଇନ ଓ ଟେକ୍ନିକ୍ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ସୁବ୍ରମଣ୍ୟମ ଓବାମା ପ୍ରଶାସନର ଟେକନିକାଲ ନୀତିର ପରାମର୍ଶଦାତା ରୂପେ କାମ କରିସାରିଛନ୍ତି ।