ପିସିସି ସଭାପତି ଚୟନ ପ୍ରସଙ୍ଗ : ତାରା କହିଲେ ଭକ୍ତ ଦାସଙ୍କ ନାଁ କରିଛି ସୁପାରିସ
ଭୁବନେଶ୍ୱର : ପିସିସି ସଭାପତି ଚୟନ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ବିଦାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ପିସିସି ସଭାପତି ପାଇଁ ସେ ଭକ୍ତ ଦାସଙ୍କ ନାଁ ସୁପାରିସ କରିଛନ୍ତି । ଭକ୍ତ କେବେବି ପିସିସି ସଭାପତି ହୋଇନାହାନ୍ତି । ସେ ଜଣେ ଲଢୁଆ ଲୋକ ହୋଇଥିବାରୁ ତାଙ୍କୁ ପିସିସି ସଭାପତି କରାଗଲେ ଭଲହେବ ବୋଲି ତାରା କହିଥଛନ୍ତି । କିଛି ଲୋକ ମହମ୍ମଦ ମୋକିମ କଥା ବି କମିଟିକୁ ଜଣାଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଜଣେ ପିସିସି ସଭାପତି ହେବେ ବୋଲି ତାରା କହିଛନ୍ତି ।
ଅନ୍ଯପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଦୁଇ ଜଣିଆ ଚୟନ କମିଟି ନିକଟରେ ନେତାମାନେ ନିଜ ନିଜ ପସନ୍ଦର ନେତାଙ୍କୁ ପିସିସି ସଭାପତି କରିବାକୁ କହିଛନ୍ତି । ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ ତାକୁ ଆମେ ଗ୍ରହଣ କରିବୁ । ମୋକିମଙ୍କ କହିବା କଥା, ଦୁଇଟି ରାଜ୍ୟରେ ନିର୍ବାଚନ ଥିବାରୁ ପିସିସି ସଭାପତି ନାଁ ଘୋଷଣା ବିଳମ୍ବ ହୋଇପାରେ । ମୋକିମ କହିଛନ୍ତି ମୁଁ କଂଗ୍ରେସ ପାଇଁ କାମ କରୁଛି । ଏବେ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ।