ଚରଣାମୃତ ଭାବି ପିଇଲେ AC ପାଣି !

ନନ୍ଦିଘୋଷ ବ୍ୟୁରୋ: ଏସିରୁ ବାହାରୁଥିବା ପାଣିକୁ ଚରଣାମୃତ ଭାବି ଗ୍ରହଣ କରୁଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କ ମନରେ ଭ୍ରମ ରହିଛି କି ଏହା ହେଉଛି ଚରଣାମୃତ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରର । ଯାହାକୁ ନେଇ ମନ୍ଦିରର ପୂଜକଙ୍କୁ ଏସମ୍ପର୍କରେ ପଚରାଯାଇଥିଲା । ଯେଉଁଥିରେ ସେ ସମସ୍ତ ଦ୍ବନ୍ଦ ଦୂର କରିଛନ୍ତି । ସେ କହିଛନ୍ତି କି, ଏହା ଚରଣାମୃତ ନୁହେଁ । ଏହା ହେଉଛି ଏସିରୁ ବାହାରୁଥିବା ପାଣି । ସେବାୟତ କହିଛନ୍ତି କି, ବାଙ୍କେ ବିହାରୀଙ୍କ ସ୍ନାନ ଜଳ ଯାହାକୁ ଆମେ ଚରଣାମୃତ ଭାବେ ଜାଣୁ । ତେବେ ଏହା ମିଳିବା ଏତେ ସହଜ ନୁହେଁ । କିମ୍ବା ନାଳ ମଧ୍ୟରେ ବାହାରକୁ ଛଡ଼ା ଯାଇନଥାଏ  । ତେବେ ଏହାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଏ । ତେବେ ବିହାରୀଙ୍କ ଚରଣାମୃତକୁ ଶ୍ରଦ୍ଧାଳୁମାନେ ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି । ପୂଜକମାନେ ମନ୍ଦିରରେ ଏହାକୁ ଦେଉଥିବାବେଳେ ଏହା ପ୍ରଦାନ କରାଯାଏ ।