ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ଗାଡ଼ି, ୧୦ ଜଣ ଆହତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ଗୋଡ଼ିଖାଳ ନିକଟରେ ଗାଡ଼ି ଦୁର୍ଘଟଣା । ଶ୍ରମିକ ନେଇ ଯାଉଥିବା ଟାଟା ଏସି ଗାଡି ଓଲଟି ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନେ ସମସ୍ତେ ଜଳେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଜଳେଶ୍ଵର ଥାନା ପଞ୍ଚୁଘଣ୍ଟା ରୁ ଏକ ଟାଟା ଏସିରେ ୨୦ଜଣ ଶ୍ରମିକ ମିକ୍ସଚର ମେସିନ ଲୋଡକରି ଦୃତ ଗତିରେ ଅମର୍ଦାରୋଡରେ ଆସୁଥିଲେ । ଯାହାଫଳରେ ଅଧା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା  ।

ଫଳରେ ଗାଡ଼ିରେ ଥିବା ୨୦ଜଣଙ୍କ ମଧ୍ୟରୁ  ୧୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply