ବିରାଟ- ରୋହିତଙ୍କ ସ୍ଥାନ ନେବେ ଏହି ଖେଳାଳି
1 min readନନ୍ଦିଘୋଷ ବ୍ୟୁରୋ: ଟିମି ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ଲଗାତାରଭାବେ ବିଫଳ ହେଉଛନ୍ତି । ଟେଷ୍ଟରେ ଚଳିତ ବର୍ଷ ଖରାପ ପ୍ରଦର୍ଶନ କରିଛନ୍ତି ଏହି ଦୁଇ ଖେଳାଳି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟ ଏବଂ ରୋହିତି ସେମିତି ଆଖିଦୃଶିଆ ପ୍ରଦର୍ଶନ କରୁନାହାନ୍ତି । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବିଶ୍ରାମ ଦିଆଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମାତ୍ର ଏମାନଙ୍କ ଜାଗା କେଉଁ ଖେଳାଳି ନେବେ ତାକୁ ନେଇଥ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇଛି । ଟି-୨୦ରୁ ଅବସର ଘୋଷଣା କରିଥିବା ଏହି ଦୁଇ ଖେଳାଳି ଟେଷ୍ଟ ଏବଂ ଦିନିକିଆରେ ଖେଳ ଜାରି ରଖିଛନ୍ତି । କିନ୍ତୁ ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଏମାନଙ୍କ ସ୍ଥାନରେ ସାଇ ସୁଦର୍ଶନ ବିକଳ୍ପ ହେବେ ବୋଲି କୁହାଯାଇଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ ସାଇ ସୁଦର୍ଶନ ଏବେ ଦମଦାର ଫର୍ମରେ ରହିଛନ୍ତି ।
ଘରୋଇ ମାଟି ସାଙ୍ଗକୁ ବିଦେଶ ମାଟିରେ ମଧ୍ୟ ସାଇ ସୁଦର୍ଶନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଏଣୁ ସେ ଦଳରେ ନିୟମିତ ଖେଳାଳିଭାବେ ସ୍ଥାନ ପାଇବେ । ରୋହିତ ଏବଂ ବିରାଟଙ୍କ ମଧ୍ୟରୁ ଜଣଙ୍କ ସ୍ଥାନରେ ଖେଳିବେ ବୋଲି କୁହାଯାଇପାରେ । ସେ ଟି ଇଣ୍ଡିଆର ବ୍ୟାକଅପ ଖେଳାଳିଭାବେ ସ୍ଥାନ ପାଇବେ । ପୂର୍ବରୁ ଅଷ୍ଟ୍ରେଲିଆରେ ଶତକୀୟ ପାଳି ଖେଳି ରେକର୍ଡ ସୃଷ୍ଟି କରିଥିବା ସାଇ ସୁଦର୍ଶନଙ୍କ ଦଳରେ କେଉଁ ସ୍ଥାନରେ ଖେଳାଉଛନ୍ତି ତାହା ବେଶ ଗୁରୁତ୍ବ ବହନ କରୁଛି । ସେପଟେ ବିରାଟ-ରୋହିତଙ୍କ ଅବଦାନ ଟିମ ଇଣ୍ଡିଆ ପାଇଁ କଣ ରହିଛି ତାହା କେହି କେବେ ମଧ୍ୟ ଭୁଲିପାରିବେ ନାହିଁ । ଏଣୁ ଏମାନଙ୍କୁ ଅଣଦେଖା କରି ବିସିସିଆଇ ଅନ୍ୟ ଖେଳାଳିଙ୍କ ସ୍ଥାନ ଦେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଛି । ମାତ୍ର ବିକଳ୍ପଭାବେ ସାଇ ସୁଦର୍ଶନ ରହିବେ ବୋଲି କୁହାଯାଇପାରେ ।