ଦୀଗପହଣ୍ଡିରେ ପୁଣି ବୋମାମାଡ଼, ୪ ଦିନରେ ୩ ସ୍ଥାନରେ ୬ଟି ବୋମାମାଡ଼
1 min readଦିଗପହଣ୍ଡି: ଦିପାବଳୀରେ ସମସ୍ତେ ବାଣ ଫୁଟାଇବା ପରେ ଘରେ ଖାଇପିଇ ଶୋଇଥିଲେ । ଦିଗପହଣ୍ଡି କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ପରିବାର ମଧ୍ୟ ଦିପାବଳୀ ପାଳନ କରିବା ପରେ ଘରେ ଥିଲେ । ହେଲେ ବିଳମ୍ବିତ ରାତିରେ ଘର ଉପରେ ପଡ଼ିଲା ବୋମା । ଯାହାକୁ ନେଇ ପୂରା ପରିବାରରେ କୋକୁଆ ଭୟ ଖେଳିଯାଇଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ବୋମା ପକାଇଛି ତାହା ମଧ୍ୟ ଜଣାପଡିନାହିଁ ।
ସୂଚନାଯୋଗ୍ୟ, ଦିନକୁ ଦିନ ଅଶାନ୍ତ ହୋଇଯାଉଛି ଦିଗପହଣ୍ଡି । ଗତ ୪ଦିନ ଭିତରେ ୩ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଛି । ଗତ ୨୬ ତାରିଖ ରାତିରେ ୨ ଜଣ ଯୁବକ ବୁଲେଟରେ ଆସି ବସଷ୍ଟାଣ୍ଡ ନିକଟରେ ୨ଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ । ପଦ୍ମନାଭପୁର ରାସ୍ତାରେ ମଧ୍ୟ ଜଣଙ୍କୁ ଟାର୍ଗେଟ କରି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା l ୨୮ ତାରିଖରେ ନୂଆ ମୌଳା ଭଣଜାରେ ବିଳମ୍ବିତ ରାତିରେ ଘର ସମ୍ମୁଖରେ ଥିବା ଏକ କାରକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଥିଲେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।
ପୋଲିସର ନୀରବତା ଯୋଗୁଁ ୪ ଦିନ ଭିତରେ ୩ଟି ସ୍ଥାନରେ ୬ଟି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବାଇକରେ ଆସି ଦୁର୍ବୃତ୍ତମାନେ ବୋମା ପକାଇ ଚାଲିଯାଉଥିବା ଭିଡିଓ ରହିଥିଲେ ମଧ୍ୟ ଦିଗପହଣ୍ଡି ପୋଲିସ ଏଯାଏଁ କାହାକୁ ଗିରଫ କରିପାରିନି । ଅପରାଧୀମାନେ ଖୁଲମଖୁଲା ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବା ବେଳେ ପୋଲିସ ହାତବାନ୍ଧି ବସିଥିବା ଅଭିଯୋଗ ହେଉଛି ।