spot_img

Latest Posts

ଟିଉସନ କରିବା ନାଁରେ ଝିଅଙ୍କ ସହ ଏମିତି କରୁଥିଲେ ସାର !

ଜଗତସିଂହପୁର: ଟିଉସନ କରିବା ନାଁରେ ଝିଅମାନଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଥିଲେ ଟିଉସନ ସାର । କେବଳ ସେତିକି ନୁହେଁ ‘ପିଲାମାନେ ଭଲ ପାଠ ପଢୁଛନ୍ତି, ତାଙ୍କୁ ମୁଁ ଚାକିରି କରେଇ ଦେବି କିଛି ପଇସାର ବନ୍ଦୋବସ୍ତ କରନ୍ତୁ’ ଏମିତି କହି ଅଭିଭାବକଙ୍କ ଠାରୁ ପଇସା ବି ନେଇଛନ୍ତି ।  ଏମିତି ଏକ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକ।

ଏଭଳି ଅଭିଯୋଗ ପାଇ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପକ୍ଷରୁ ଟିଉସନ ସାରଙ୍କ ନାମରେ ଦୁଇ ଦୁଇଟି ମାମଲା ରୁଜୁ କରାଯାଇ ଟିଉସନ ସାରଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଗତସିଂହପୁର ଏସଡ଼ିପି ପ୍ରିୟ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି । ଏହି ଖବର ସମଗ୍ର ନାଉଗାଁ ଅଂଚଳରେ ଚଞ୍ଚଲ୍ୟ ଖେଳାଇଦେଇଛି ।

ସୂଚନା ଅନୁସାରେ ନାଉଗାଁ ଥାନା ନନ୍ଦିଗାଁର ଟିଉସନ ସାର ଧୀରେନ୍ଦ୍ର କୁମାର ରାଉତ (୫୬) ଟିଉସନ କରିବା ନାଁରେ ଝିଅଙ୍କୁ ନେଇ ପାରାଦ୍ୱୀପ ଭଡାଘରେ ରଖିଥିଲେ । ସେଠାରେ ପିଲାମାନେ ଭଲ ପଢିବା କଥା ଆସି ପରିବାର ଲୋକଙ୍କୁ ଜଣାଇବା ସହ ତାଙ୍କୁ ଚାକିରି କରାଇଦେବା ନାଁରେ ପରିବାର ଲୋକଙ୍କ ଠାରୁ କିଛି ଟଙ୍କା ମଧ୍ୟ ନେଇ ଥିଲେ । କିନ୍ତୁ କିଛି ଦିନ ପରେ ସେ ଝିଅମାନଙ୍କୁ ନେଇ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ ଝିଅମାନେ ନିଜ ନିଜ ଘରକୁ ନଯାଇ ଟିଉସନ ସାରଙ୍କ ଘରେ ରହିଥିଲେ ।

ପରିବାର ଲୋକଙ୍କ ବରମ୍ବାର କହିବା ସତ୍ତ୍ୱେ ମଧ୍ୟ ଝିଅମାନେ ଘରକୁ ଫେରିବାକୁ ରାଜି ନଥିଲେ ତେଣୁ ଟିଉସନ ସାର ଝିଅମାନଙ୍କୁ କୌଣସି ଅନୈତିକ କାମରେ ଲଗାଉଥିବା ସନ୍ଦେହ କରିଥିଲେ ପରିବାର ଲୋକ । ଏନେଇ ଗ୍ରାମବାସୀ ଓ ପରିବାର ଲୋକ ନାଉଗାଁ ଥାନାରେ ସମ୍ପୃକ୍ତ ଟିଉସନ ସାରଙ୍କ ନାମରେ ଅଭିଯୋଗ କରିଥିଲେ ।

Latest Posts

Don't Miss