ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

1 min read

ବାଲେଶ୍ଵର: ରାଇବାଣିଆରେ ପୁଣି ଲଜ୍ଜା । ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ରାଇବାଣିଆ ଥାନା ଅଞ୍ଚଳର ଜୈନିକ ନାବାଳିକାକୁ ଜଳେଶ୍ୱର ନଶ୍ଚିମପୁର ଅଞ୍ଚଳର ଅଶୋକ ଦତ୍ତ  ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର ।

ଗତ ୭ ତାରିଖ ଦିନ ନାବାଳିକାର ପରିବାର ଏନେଇ ରାଇବାଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ରାଇବାଣିଆ ଥାନାରେ ମାମଲା ରୁଜୁ ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ପୁରୀରୁ ନାବାଳିକାଙ୍କୁ ଉଦ୍ଧାର କରିଯାଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଳେଶ୍ୱର SDPO ସୂଚନା ଦେଇଛନ୍ତି ।

Leave a Reply