ବାତ୍ଯା ମୁକାବିଲାରେ ପ୍ରଶାସନ ସଫଳ ହୋଇଛି: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ଦୁର୍ବଳ ହେଇଛି ଭୀଷଣ ବାତ୍ୟା ଦାନା । ବାତ୍ୟା ‘ଦାନା’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି,  ପ୍ରକୋପ ଯାହା ଆଶଂକା କରାଯାଉଥିଲା ତାହା ହେଲାନାହିଁ । ଆଶ୍ବସ୍ତ ଓଡ଼ିଶା । ସେପଟେ ବାତ୍ଯା ମୁକାବିଲାରେ ପ୍ରଶାସନ ସଫଳ ହୋଇଥିବା ନେଇ ଦାବି କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିଭିନ୍ନ ଟିମର କାର୍ଯ୍ୟ ସନ୍ତୋଷଜନକ ବୋଲି କହିବା ସହିତ ସଂଧ୍ଯା ସୁଦ୍ଧା ରାସ୍ତା ସଫା କାମ ସରିଯିବ ବୋଲି କହିଛନ୍ତି । ଶକ୍ତି ବିଭାଗ, ଅଗ୍ନିଶମ, ପୋଲିସ, ସ୍ବାସ୍ଥ୍ଯ, ଟେଲି କମ୍ଯୁନିକେସନ ବିଭାଗ ଭଲ କାମ କରିଛନ୍ତି ବୋଲି କହିଛନ୍ତି ସୁରେଶ । ଯେଉଁଠି ଲାଇନ କଟିଛି ସେଠି ମଧ୍ଯ ସଂଧ୍ଯା ସୁଦ୍ଧା ବିଦ୍ଯୁତ ସଂଯୋଗ କାମ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପରେ ଅନେକ ଖାଲୁଆ ଜାଗାରେ ପାଣି ଜମି ରହିଛି। ଯେଉଁମାନେ ରିଲିଫ ସେଣ୍ଟରରେ ରହିବା ପାଇଁ ଚାହିଁବେ ରହିପାରିବେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ। ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ ବୋଲି କହିଛନ୍ତି ସୁରେଶ ।

୨୬ ତାରିଖରେ ଫିଲଡ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନ ଭିତରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି । ଶନିବାର ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ । ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଥିବାବେଳେ ପାଗ ଭଲ ରହିଲେ ଶନିବାର ୧୦ ଟା ବେଳେ କ୍ଷୟକ୍ଷତି ଆକଳନ ପାଇଁ ଏରିଅଲ ସର୍ଭେ କରିବେ ମୁଖ୍ଯମନ୍ତ୍ରୀ । ଭଦ୍ରକ, କେନ୍ଦ୍ରାପଡା ଓ କିଛିକାଂଶରେ ଜଗତସିଂହପୁର ଜିଲ୍ଲା ଦାନାରେ କ୍ଷତିଗ୍ରସ୍ତ ହୋଇଛି ବୋଲି କହିଛନ୍ତି ସୁରେଶ ।