ବାତ୍ୟା ଦାନା ଯୋଗୁଁ ପ୍ରଭାବିତ ବିମାନସେବା

1 min read

ଭୁବନେଶ୍ବର : ବାତ୍ୟା ଦାନା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବ । ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ପବନର ବେଗ ଅଧିକ ରହିପାରେ, ଯାହା କି ବିମାନ ଉଡ଼ିବା ପାଇଁ ସୁରକ୍ଷିତ ନୁହେଁ । ତେଣୁ ଆଜି ସଂଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହା ଦ୍ଵାରା ୪୦ ବିମାନ ସେବା ପ୍ରଭାବିତ ହେବ । କିଛି ଫ୍ଲାଇଟ୍ ବନ୍ଦ ରହିବ, କିଛି ଡେରି ହେବ, କିଛି ରିସିଡ୍ୟୁଲ ହେବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପାଣିପାଗ ଦେଖି ଆସନ୍ତାକାଲି ସକାଳେ ସମୀକ୍ଷା କରାଯାଇ ପୁଣି ଥରେ ନିଷ୍ପତ୍ତି ନିଆଯିବ । ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି । ସେମାନେ ବୈଷୟିକ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ। ଅନ୍ତର୍ଜାତୀୟ ବିମାନ ସେବା କୁଆଲାମପୁର ବିମାନ ବି ବନ୍ଦ ରହିବ। ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ଦେବେ ନ ହେଲେ ଫ୍ଲାଇଟ୍ ରିସ୍ୟୁଡୁଲ କରିବେ । DGCA ନିୟମ ଅନୁସାରେ ଏହା କରାଯିବ ବୋଲି ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।