ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା

ରାଞ୍ଚି: ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ । ବିଜେପିକୁ ଚେକ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ ବୁଝାବଣା । ଉଭୟ ଦଳ ୭୦ ଆସନରେ ନିର୍ବାଚନ ଲଢ଼ିବାକୁ ସହମତି ପ୍ରକାଶ ପାଇଥିବା ବେଳେ ବଳକା ଆସନ ସହଯୋଗୀଙ୍କ ପାଇଁ ଛଡ଼ାଯାଇଛି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ମୋଟ ୮୧ ଆସନ ରହିଛି । ଏଥିରୁ ୭୦ ଆସନରେ ଉଭୟ ଜେଏମଏମ ଓ କଂଗ୍ରେସ ଏକାଠି ଲଢ଼ିବେ । ସେହିପରି ବାକି ୧୧ ଆସନ ସହଯୋଗୀ ଆଣଜେଡି ଓ ବାମଦଳଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଆସନ ବୁଝାମଣା ନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ ।

ଆଦିବାସୀ ଅଧ୍ଯୁଷିତ ଝାଡଖଣ୍ଡରେ ମୁଖ୍ଯତଃ ବିଜେପି ଓ ଜେଏମଏମ ମଧ୍ଯରେ ପ୍ରତିଦ୍ବନ୍ଦ୍ବିତା ହେଉଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ଜେଏମମ, କଂଗ୍ରେସ ଓ ଆରଜେଡି ମେଣ୍ଟ ୮୧ ଆସନରୁ ୪୭ ଆସନ ଲାଭ କରିଥିଲେ । ଆସନ୍ତା ନଭେମ୍ବର ୧୩ ଓ ୨୦ରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ।