ବାଣ କାରଖାନାରେ ବିସ୍ଫୋରଣ, ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା

ମୋରେନା: ମଧ୍ଯପ୍ରଦେଶ ମୋରେନାରେ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ଏକାଧିକ ଲୋକ ଆହତ । କିଛି ଲୋକ ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ସୂଚନା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ମୋରେନାର ଦତ୍ତପୁରା ଅଞ୍ଚଳରେ ଘଟିଛି ବିସ୍ଫୋରଣ । ଏକ କୋଠା ଭିତରେ ବାଣ ପ୍ରସ୍ତୁତି ଚାଲିଥିବାବେଳେ ବିସ୍ଫୋରଣ ଘଟିଥିଲା । ବିପୁଳ ପରିମାଣର ବିସ୍ଫୋରକ ଥିବା ଯୋଗୁଁ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।