ବାବା ସିଦ୍ଦିକି ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ମୋବାଇଲରେ ସିଦ୍ଦିକିଙ୍କ ପୁଅଙ୍କ ଫଟୋ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ମାମଲାର ଫିଟୁଛି ଗୁମର। ଅଭିଯୁକ୍ତର ମୋବାଇଲ ଫୋନରେ ସିଦ୍ଦିକିଙ୍କ ପୁଅଙ୍କ ଫଟୋ ମିଳିଛି ।। ସିଦ୍ଦିକିଙ୍କ ପୁଅ ଜିଶାନଙ୍କ ଫଟୋ ମିଳିଛି ଅଭିଯୁକ୍ତର ମୋବାଇଲରୁ। ମାଷ୍ଟର ମାଇଣ୍ଡ ସ୍ନାପ ଚାଟରେ ଜିଶାନଙ୍କ ଫଟୋ ଏହି ଅଭିଯୁକ୍ତକୁ ଫଟାଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏଥିରୁ ସନ୍ଦେହ ଦୃଢ଼ୀଭୂତ ହେଉଛି ଯେ, ଜିଶାନ ବି ହୁଏତ ଟାର୍ଗେଟରେ ଥାଇ ପାରନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୨ ତାରିଖ ସଂଧ୍ୟାରେ ପୁଅ ଜିଶାନଙ୍କ ଅଫିସ ପାଖରେ ହିଁ ବାବା ସିଦ୍ଦିକିଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ବାନ୍ଦ୍ରାର ନିର୍ମଳ ନଗର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଫାୟାରିଂ କରିଥିବା ଜଣେ ଅଭିଯୁକ୍ତି ଏଯାଏ ଧରାପଡ଼ି ନାହିଁ।