ରେଲୱେ ଜେଇଙ୍କ ଘରୁ ୩୫ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇଙ୍କ ଘରୁ ସଶସ୍ତ୍ର ଡକାୟତି। ଦୁର୍ବୃତ୍ତ ଘରେ ପଶି ଜେଇଙ୍କୁ ବାନ୍ଧି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ୩୫ ଭରିରୁ ଅଧିକ ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା। ସୂଚନା ଅନୁଯାୟୀ, ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘର ବାଉଣ୍ଡରୀ ଭାଙ୍ଗି ଓ ଝରକା ଲୁହାକୁ କଟରରେ କାଟି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଡକାୟତି କରିବା ସମୟରେ ସିସିଟିଭିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣାପଡିଛି। ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଜେଇ । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।