ଜାମିନ ପାଇଁ ସର୍ତ୍ତ, ଭାରତ ମାତା କି ଜୟ କହି ୨୧ ଥର ତ୍ରିରଙ୍ଗାକୁ ସଲ୍ୟୁଟ୍ ମାରିବ

ଭୋପାଳ: ପାକିସ୍ତାନୀ ସମର୍ଥକଙ୍କୁ ଭାରତରେ ଭିନ୍ନ ସର୍ତ୍ତରେ ମିଳିଲା ଜାମିନ  । ମଧ୍ୟପ୍ରଦେଶ ହାଇକୋର୍ଟ ପାକିସ୍ତାନ ସମର୍ଥନରେ ନାରା ଦେଉଥିବା ଅଭିଯୁକ୍ତକୁ ନିଜ ଅନ୍ଦାଜରେ ସର୍ତ୍ତ ପ୍ରଦାନ କରିଛନ୍ତି  । ମୁକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ଅଭିଯୁକ୍ତ ଦୁଇ ଥର ଭୋପାଳ ଥାନାରେ ୨୧ ଥର ଜାତୀୟ ପତାକାକୁ ସଲାମ ଦେବା ସହ ଭାରତ ମାତା କି ଜୟର ନାରା ଲଗାଇବ  ।

ଅଭିଯୁକ୍ତ ଯେଉଁ ଦେଶରେ ଜନ୍ମ ହୋଇଛି ଓ ରହୁଛି ସେହି ଦେଶ ପ୍ରତି ତାର ଗର୍ବ ଭାବନା ଜାତ ହେବା ସହ ଦାୟିତ୍ବବୋଧକୁ ସେ ବୁଝିବ ଏଭଳି ସର୍ତ୍ତରେ ତାକୁ ଜାମିନ ମିଳିଥିବା ଜଷ୍ଟିସ ଡିକେ ପଲିୱାଲ କହିଛନ୍ତି  । ପ୍ରତି ମାସର ପ୍ରଥମ ଓ ଚତୁର୍ଥ ମଙ୍ଗଳବାର ଦିନ ଜାତୀୟ ପତାକାକୁ ସାଲ୍ୟୁଟ ସହ ଭାରତ ମାତାକି ଜୟ ନାରା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ଅଭିଯୁକ୍ତ ଫୈଜାନକୁ ୫୦ ହଜାର ଟଙ୍କା ବେଲ୍‌ବଣ୍ଡରେ ଜାମିନ ମିଳିଛି  ।

ଅଭିଯୁକ୍ତ ଫୈଜଲ ଓରଫ ଫୈଜାନ ଚଳିତ ବର୍ଷ ମେ ୧୭ରେ ଭୋପାଳର ମିସରୋଦ ଥାନା ପୋଲିସ ଗିରଫ କରିଥିଲା  । ପାକିସ୍ତାନ ଜିନ୍ଦାବାଦ ଓ ଭାରତ ମୁର୍ଦାବାଦ ନାରା ଦେଉଥିବା ଫୈଜାଲଙ୍କ ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୫୩ବି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥିଲା  ।

ବିଭିନ୍ନ ସମୂହଙ୍କ ମଧ୍ୟରେ ଶତ୍ରୁତା ବଢାଇବା ସହ ଜାତୀୟ ଏକତାକୁ କ୍ଷତି ପହଞ୍ଚାଉଥିବା ଯୋଗୁଁ ତାକୁ ଗିରଫ କରିଥିଲା ପୋଲିସ  ।