ଫାଇଭ୍‌ ଆଇଜ୍‌ କଣ ? ଯାହା ସାହାଯ୍ୟରେ ଭାରତକୁ ଘେରୁଛି କାନାଡା

1 min read

ନନ୍ଦିଘୋଷ ବ୍ୟୁରୋ: କେତେବେଳ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ତ ପୁଣି କେବେ ଭାରତ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣୁଛି କାନାଡା । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ କାନାଡା ଏକ ଏଭଳି ସଙ୍ଗଠନରେ ସାମିଲ ହୋଇଛି ଯାହାକି ବିଶ୍ବର ପ୍ରତି ନାଗରିକଙ୍କ ଜାସୁସୀ କରୁଛି । ଅନ୍ୟ ଦେଶର ସୁରକ୍ଷା କବଚକୁ ଦାଦାଗିରି କରି ଉଲ୍ଲଙ୍ଘନ କରୁଛି କାନାଡା । ୧୯୪୬ରେ ଏହି ସଙ୍ଗଠନ ଗଠନ ହୋଇଥିଲା । କିନ୍ତୁ ୧୯୮୦ ଠାରୁ ଏହାକୁ ଦୁନିଆ ଠାରୁ ଲୁଚାଇ ରଖିଛି କାନାଡା । ଏହି ସଙ୍ଗଠନର ନାମ ହେଉଛି FIVE EYES ।

ଦ ଫାଇଭ ଆଇଜ୍ (FVEY) ସାଧାରଣ ସୁରକ୍ଷା ନାମରେ ଦୁନିଆର ୫ ଶକ୍ତିଶାଳୀ ଦେଶର ଦାଦାଗିରି ରହି ଆସିଛି । ଔପନିବେଶକର ଆଢୁଆଳରେ ବିଶ୍ବର ୫ ଧନୀ ଦେଶ ଦୁନିଆରେ ଜାସୁସୀ, ଫୋନ ଟ୍ୟାପିଂ, ଗୁପ୍ତ ଅପରେସନ, ମିଲିଟାରୀ ଓ ସିଭିଲ ଇଣ୍ଟିଲିଜେନ୍ସ ଗତିବିଧି ଉପରେ ଲକ୍ଷ୍ୟ ରଖିଥାନ୍ତି । ଜାତୀୟ ସୁରକ୍ଷା ନାଁରେ ଗଠନ ହୋଇଥିବା ଏହି କ୍ଲବରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ବ୍ରିଟେନ ସାମିଲ ଅଛନ୍ତି । ଏହି ୫ଟି ଦେଶ ମିଳିତ ଭାବେ ଗ୍ଲୋବାଲ ଇଣ୍ଟେଲିଜେନ୍ସ ନାମରେ ଏକ ବିପଦପୂର୍ଣ୍ଣ ନେଟୱର୍କ ପ୍ରସ୍ତୁତ କରିଛନ୍ତି ।

ସରଳ ଭାଷାରେ କହିବାକୁ ଗଲେ ସମଗ୍ର ଦୁନିଆରେ ଜାସୁସୀ କରିବା ପାଇଁ ୫ଟି ଦେଶ ‘ଫାଇଭ ଆଇଜ’ ସଙ୍ଗଠନ ଗଠନ କରିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ନିକଟରେ ପ୍ରେସମିଟ୍ କରି କହିଥିଲେ ଯେ ଫାଇଭ୍ ଆଇଜରୁ କାନାଡା ସମସ୍ତ ତଥ୍ୟ ସଂଗ୍ରହ କରିଛି । ଗତବର୍ଷ ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜରର ହତ୍ୟା ପଛରେ ଭାରତୀୟ ରାଷ୍ଟ୍ରଦୂତଙ୍କ ହାତ ଥିବା କାନାଡା କହିଛି ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଟେକନିକ୍ ଏବେ ଭାରତ ବିରୋଧରେ ଅହରହ ପ୍ରୟୋଗ କରି ଫେଲ୍ ମାରିଛନ୍ତି । ଭାରତ ସିଧାସିଧା ଶୁଣାଇ ଦେଇଛି ଯେ ଫାଇଭ ଆଇଜ୍ର ଦବଙ୍ଗଗିରି ଓ ଦାଦାଗିରି ଦେଖିବାକୁ ଭାରତ ପାଖରେ ସମୟ ନାହିଁ । କାନାଡା ପିଏମ ଟ୍ରୁଡୋ ଏହି ଗୁଇନ୍ଦା ଏଜେନ୍ସୀର ସହାୟତା ନେଇ ଦାବି କରିଥିଲେ ଯେ ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜରର ହତ୍ୟା ପଛରେ ଭାରତର ହାତ ରହିଛି । ଭାରତ ଟ୍ରୁଡୋଙ୍କ ଅଭିଯୋଗକୁ ଖଣ୍ଡନ କରି ଦିଲ୍ଲୀସ୍ଥିତ କାନାଡା ଦୂତାବାସର ୬ ରାଷ୍ଟ୍ରଦୂତଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହା ସହ କାନାଡାସ୍ଥିତ ଦୂତାବାସରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଥିଲା ଭାରତ ।

ଆଉ କିଛି ମାସ ପରେ କାନାଡାରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଫାଇଭ ଆଇଜର ସହାୟତା ନେଇ ଏହାର ସଦସ୍ୟ ଦେଶ ଆମେରିକା, ବ୍ରିଟେନ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଠୁ ଭାରତ ବିରୋଧୀ ଟିପ୍ପଣୀ ନେଇ କାନାଡାରେ ରହୁଥିବା ଶିଖ୍ ଆତଙ୍କବାଦୀଙ୍କ ଭୋଟ ହାସଲ କରିବାକୁ ଚାହୁଁଛନ୍ତି ଟ୍ରୁଡୋ । କାନାଡାର କଥା ଶୁଣି ନିକଟରେ ଆମେରିକା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ନିଜ୍ଜର ମାମଲାରେ ଭାରତ ବିରୋଧୀ ବୟାନବାଜି କରିଛନ୍ତି ।

ଜାସୁସୀ କରୁଥିବା ଡକ୍ୟୁମେଣ୍ଟ ଆଇଜ୍ Only ରୁ Five Eyes ନାମ ରଖାଯାଇଛି । ଇଣ୍ଟେଲିଜେନ୍ସ ଦୁନିଆରେ ଆଇଜ Only ଦସ୍ତାବିଜ ଅତି ଗୋପନୀୟ ଅଟେ । ଏହି ଦସ୍ତାବିଜକୁ କେବଳ ଦେଖିହେବ । ଏହି ଦସ୍ତାବିଜର ନା ପ୍ରିଣ୍ଟ କରିହେବ ନା ଏହାର କପି କରିହେବ । ସୁରକ୍ଷା ଦୃଷ୍ଟିରୁ ଏଭଳି ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ।