ଚୋରି ହୋଇଗଲା ମା’ଙ୍କ ଶେଷ ସନ୍ତକ, ଚୋରକୁ ନୂଆ ସ୍କୁଟର ଯାଚିଲେ ଯୁବକ

1 min read

ପୁଣେ: ସ୍କୁଟର ଚୋରି ପରେ ସୋସିଆଲ ମିଡିଆରେ ଇମୋସନାଲ ଅପିଲ୍‌ କଲେ ଯୁବକ  । ମା’ଙ୍କ ଶେଷ ସନ୍ତକ ଚୋରି ହେବା ପରେ ଚୋରକୁ ନୂଆ ବାଇକ୍‌ ଦେବାକୁ ଅଫର୍‌ ଦେଇଛନ୍ତି ଅଭୟ ଚୌଗୁଲେ  । ଦଶହରା ଦିନ ମହାରାଷ୍ଟ୍ରର କୋଠରଡ ଅଞ୍ଚଳରୁ ତାଙ୍କର ଏକ କଳା ଆକ୍ଟିଭା ଚୋରି ହୋଇଯାଇଥିଲା  ।

ପୋଲିସରେ ଅଭିଯୋଗ କରିବା ପରେ ବି ତାଙ୍କୁ ଏଯାଏଁ ସ୍କୁଟର ମିଳିପାରି ନାହିଁ  । ଏଣୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି ଯୁବକ  । ତିନି ମାସ ପୂର୍ବରୁ କ୍ୟାନସର ସହ ଲଢେଇ କରି ତାଙ୍କ ମା ପ୍ରାଣ ହରାଇଛନ୍ତି  । ସେହିପରି ବାପା ଦୁଇ ବର୍ଷ ପୂର୍ବେ କୋଭିଡରେ ଜୀବନ ହାରିଥିଲେ  ।

 

ଚୌଗୁଲେ ମରାଠୀ ଭାଷାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି  । ସେଥିରେ ସେ ଲେଖିଛନ୍ତି MH14BZ6036 ନମ୍ବର କଳା ରଙ୍ଗର ଆକ୍ଟିଭା ଚୋରି ହୋଇଯାଇଛି  । ଏହା ମୋ ମାଙ୍କ ଶେଷ ସନ୍ତକ ଥିଲା  । ନିଜ ଫୋନ ନମ୍ବର ଦେଇ ସେ ସ୍କୁଟର ଫେରାଇବାକୁ ନିବେଦନ କରିଛନ୍ତି  ।

 

ଯଦି ଚୋରି ହୋଇଥିବା ଆକ୍ଟିଭା କେହି ଫେରାଇ ଦିଅନ୍ତି ତାଙ୍କୁ ନୂଆ ବାଇକ କିଣିବାକୁ ପଇସା ଦିଆଯିବ ବୋଲି କହିଛନ୍ତି ଯୁବକ  ।