ବିଷ୍ଣୋଇ ସମାଜର ସେହି ନିୟମ, ଶେଷ ହେବ ସଲମାନଙ୍କ ଟେନସନ

ମୁମ୍ବାଇ: କୃଷ୍ଣସାର ଶିକାର ମାମଲାରେ ଲରେନ୍ସ ବିଷ୍ଣୋଇର ସୁଟରଙ୍କ ଟାଗେର୍ଟରେ  ସଲମାନ୍ ଖାନ୍  । ଏବେ ସୁଦ୍ଧା ସଲମାନ ଖାନଙ୍କ ମାମଲା କୋର୍ଟରେ ଚାଲିଥିଲେ ମଧ୍ୟ ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗରୁ ବାରମ୍ବାର ଧମକ ମିଳୁଥିବାର ଖବର ସିନେ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି  ।

କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଗତ ୨୬ ବର୍ଷରୁ ସଲମାନଙ୍କ ନାଁରେ ମାମଲା ରୁଜୁ ହେବା ସହ କେସ୍ ଚାଲିଛି  । କିନ୍ତୁ ବିଷ୍ଣୋଇ ସମାଜର ଏମିତି  ଏକ ନିୟମ ରହିଛି ଯେଉଁଥିରେ କି ସଲମାନଙ୍କୁ ମିଳିପାରିବ କ୍ଷମା  । ତେବେ କଣ ରହିଛି ସେ ନିୟମ ଓ କେଉଁ ନିୟମ ଅନୁଯାୟୀ ବଲିଉଡ୍ର ଦବଙ୍ଗ ହିରୋ କ୍ଷମା ପାଇପାରିବେ ଆସନ୍ତୁ ଜାଣିବା  ।

ରାଜସ୍ଥାନର ସ୍ଥାନୀୟ ଭାଷାରେ ଏକ ଲୋକକଥା ରହିଛି ଯେ ଯେଉଁ ବ୍ୟକ୍ତି ଗୁରୁ ଜମ୍ବେଶ୍ବରଙ୍କ ୨୯ଟି ନିୟମ ହୃଦୟରୁ ପାଳନ କରିଥାନ୍ତି ସେମାନଙ୍କୁ ବିଷ୍ଣୋଇ ଭାବେ ଗ୍ରହଣ କରାଯାଇଥାଏ  । ଏହି ପଣରେ ୨୯ଟି ନିୟମ ରହିଥାଏ ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାଏ ବିଷ୍ଣୋଇ ସମାଜ  । ଏହି ନିମକୁ ବଞ୍ଚାଇବା ପାଇଁ ବିଷ୍ଣୋଇ ସମାଜର ଲୋକେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ  ।

 

ଏହି ୨୯ ନିୟମର କନେକ୍ସନ ବି ବିଷ୍ଣୋଇ ଶବ୍ଦରୁ ଆସିଛି  । ମାରୱାଡିରେ ବିସ୍‌ କା ଅର୍ଥ ୨୦ ଓ ନୋଇକୁ ୯ କୁହାଯାଇଥାଏ  । ଏହି ଦୁହିଁଙ୍କ ଯୋଗରେ ବିଷ୍ଣୋଇ ନାମ ଆସିଛି  । ଗୁରୁ ଜମ୍ବେଶ୍ବର ଅନୁଗାମୀଙ୍କ ପାଇଁ ୨୯ଟି ନିୟମ ପ୍ରସ୍ତୁତ କରିଛନ୍ତି  । ପ୍ରଥମ ୧୦ଟି ନିୟମ ନିଜ ସୁରକ୍ଷା ଓ ସ୍ବା୍ସ୍ଥ୍ୟ, ନଅଟି ନିୟମ ପଶୁଙ୍କ ରକ୍ଷା, ୭ଟି ନିୟମ ସମାଜ ସୁରକ୍ଷା ଓ ୪ଟି ନିୟମ ଆଧ୍ୟାତ୍ମିକ ଉତଥାନ ପାଇଁ ତିଆରି ହୋଇଛି  ।

ସମାଜରେ ଶାନ୍ତି, ପ୍ରକୃତି, ପ୍ରେମ ଓ ଧାର୍ମିକ ଅନୁଶାସନ ବଜାୟ ରଖିବା ପାଇଁ ନିୟମ ପ୍ରଣୟନ ହୋଇଛି  । ଜାଣନ୍ତୁ ଏସବୁ ନିୟମ କଣ

ତିରିଶ ଦିନ ଛୁତିକିଆ ମୃତିକିଆ ପାଳନ

ପ୍ରତିଦିନ ସକାଳୁ ସ୍ନାନ

ବାହ୍ୟ ଓ ଆଭ୍ୟନ୍ତରୀଣ ଭାବେ ପବିତ୍ର ରହିବା

ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରିବା

ସନ୍ଧ୍ୟା ସମୟରେ ପ୍ରାର୍ଥନା ଅନିବାର୍ଯ୍ୟ

ନିଷ୍ଠାର ସହ ଯଜ୍ଞ

ପାଣି, ଇନ୍ଧନ ଓ ଦୁଗ୍କ୍ଷକୁ ଛାଣି ବ୍ୟବହାର

ବିଚାର କରି କଥା କହିବା

କ୍ଷମା ଦୟା ଧାରଣ କରିବା

ଚୋରି କରିବାନି

ନିନ୍ଦା କରିବାନି

ମିଛ କହିବାନି

ବାଦ ବିବାଦ ତ୍ୟାଗ କରିବା

ଅମାବାସ୍ୟା ବ୍ରତ ପାଳନ

ବିଷ୍ଣୁଙ୍କୁ ଆରାଧନା କରିବା

ଜୀବ ଦୟା

ସବୁଜ ବୃକ୍ଷ ନ କାଟିବା

କାମ, କ୍ରୋଧ ଆଦି ବଶୀକରଣ

ନିଜ ହାତରେ ରୋଷେଇ କରିବା

ଗାଈଗୋରୁଙ୍କ ବନ୍ଧ୍ୟାକରଣ

ଅମଳ ସେବନ ବାରଣ

ତମ୍ବାକୁ ସେବନ ବାରଣ

ଭାଙ୍ଗ ପିଇବା ବାରଣ

ମଦ୍ୟପାନ ବାରଣ

ମାଂସ ବାରଣ

ନୀଳ ବସ୍ତ୍ର ଓ ନୀଳ ରଙ୍ଗ ତ୍ୟାଗ