ନ୍ୟାୟଦେବୀଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି

ନନ୍ଦିଘୋଷ ବ୍ୟୁରୋ: ଅନ୍ଧା କାନୁନ ବୋଲି ଆଉ କହି ହେବନି। କାରଣ ଆଇନ ଆଖିରେ ଆଉ ଅନ୍ଧ ପୁୁଟୁଳି ବନ୍ଧା ହୋଇନି। ନ୍ୟାୟର ଦେବୀଙ୍କ ଆଖିରୁ ଏବେ ସେହି ଅନ୍ଧ ପୁଟୁଳିକୁ ଖୋଲି ଦିଆଯାଇଛି। ସେ ସ୍ପଷ୍ଟ ଭାବେ ସବୁ ଦେଖି ପାରୁଛନ୍ତି। ସୁପ୍ରିମକୋର୍ଟରେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିକୁ ନୂଆ ରୂପ ଦିଆଯାଇଛି। ତାଙ୍କ ଆଖିରୁ ଅନ୍ଧ ପୁଟୁଳିକୁ ହଟାଇ ଦିଆଯାଇଛି। ତା ସହିତ ତାଙ୍କ ହାତରେ ଏବେ ଶୋଭା ପାଉଛି ଦେଶର ସମ୍ବିଧାନ। ଆଗରୁ ଏକ ଖଣ୍ଡା ଥିଲା। ଏହାର ଅର୍ଥ ଦଣ୍ଡ ବଦଳରେ ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କୁହାଯାଇଛି। ସୁପ୍ରିମକୋର୍ଟ ବିଚାରପତିଙ୍କ ଲାଇବ୍ରେରିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। କାହା ପ୍ରତି ପକ୍ଷପାତ ନ କରିବାର ସଂକେତ ସ୍ଵରୂପ ନ୍ୟାୟର ଦେବୀଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିଲା। କିନ୍ତୁ ଏହାକୁ ସମାଲୋଚନା କରାଯାଇଥିଲା। ଅନ୍ଧପୁଟୁଳି ହଟିବା ଦ୍ଵାରା ଦେଶର ନ୍ୟାୟ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହେବ ବୋଲି କୁହାଯାଇଛି। ସ୍ଵଚ୍ଛତା ଆସିବ ବୋଲି କୁହାଯାଇଛି।