ରାଜଧାନୀରେ ବଡ ଧରଣର ସାଇବର ଠକେଇ

1 min read

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ଯ । ବଡ଼ ଧରଣର ସାଇବର ଠକେଇ ପାଇଁ ଭୁବନେଶ୍ବରରେ ଚାଲିଛି ପ୍ରି-ପ୍ଲାନ । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଚଢାଉ କରିଛି କମିଶନରେଟ ପୋଲିସର ସାଇବର ଟିମ । କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ରେଡ୍ କରି ବହୁ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ ଡିଭାଇସ ଜବତ କରିଛି ପୋଲିସ । ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚଢାଉ ହୋଇଛି । ଆପାର୍ଟମେଣ୍ଟରୁ ଠାବ ହୋଇଛି ଅନେକ ଡିଜିଟାଲ ଡିଭାଇସ । ଏଗୁଡ଼ିକ ସିମବକ୍ସ ଭଳି ଦିଶୁଥିବାବେଳେ ବାସ୍ତବରେ କେଉଁ କାମରେ ବ୍ଯବହୃତ ହେଉଥିଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନି । ଘଟଣାରେ ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଠାରୁ ଫେକ କଲ ସେଣ୍ଟର କରି ଲୋକଙ୍କୁ ଚୂନା ଲଗାଯାଉଥିବା ସନ୍ଦେହ କରାଯାଉଛି ।