ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୮ ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ମାନସ ମଙ୍ଗରାଜ ଦୈନିକ ସକାଳରେ ଏକ ଅଗ୍ରଲେଖରେ ତାଙ୍କୁ ରାଜର୍ଷି ବୋଲି ବର୍ଣ୍ଣନା କରିଛନ୍ତି । ନବୀନଙ୍କ ବ୍ୟକ୍ତିତ୍ୱ, ରାଜ୍ୟ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବାକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବନାହିଁ ବୋଲି ମାନସ ଦର୍ଶାଇଛନ୍ତି । ମାନସ କହିଛନ୍ତି, ନବୀନ ସବୁଦିନ ପାଇଁ ଆମ ହୃଦୟ ଓ ଆତ୍ମାରେ ରହିବେ । ତାଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ଅନୁଗତ ଓ ସମାଲୋଚକମାନେ ଓଡ଼ିଶା ରାଜନୀତିର ଜଣେ ଟଲ ଲିଡର ବୋଲି ସମ୍ବୋଧିତ କରନ୍ତି । ନବୀନଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ଏହିଭଳି ଅନୁଗତଙ୍କୁ ମାର୍ଗଦର୍ଶନ କରୁଥାନ୍ତୁ ବୋଲି ମାନସ ମଙ୍ଗରାଜ କହିଛନ୍ତି ।