ଦୁର୍ଗା ଭସାଣରେ ବାଜିବ ଡିଜେ, ମିଳିଲା ଅନୁମତି

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ । ହେଲେ ଚଳିତବର୍ଷ ବିନା ଡିଜେରେ ମାଆଙ୍କ ଭସାଣ ପାଇଁ ସରକାର ଘୋଷଣା କରିଥିଲେ । ଅର୍ଥାତ ଭସାଣ ଉତ୍ସବରେ ଡିଜା ବାଜିବା ଉପରେ କଟକଣା ଲଗାଯାଇଥିଲା । ହେଲେ ଡିଜେ ବଜାଇବା ପାଇଁ ରାଜଧାନୀର ପୂଜା କମିଟି ଗୁଡିକୁ ଅନୁମିତ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜେ ବଜାଇବାକୁ ପୂଜା କମିଟିଗୁଡିକୁ ଅବଗତ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି, ଡିଜେ ବଜାଇବାକୁ ଅନୁମତି ଦିଆଯାଇଛି । ହେଲେ ନିୟମ ମୁତାବକ ପୂଜା କମିଟିମାନେ ଡିଜେ ବଜାଇବେ । ଯିଏ ନିୟମ ଅମାନ୍ୟ କରିବ ତାଙ୍କ ବିରୋଧରେ ଆକ୍ସନ ନିଆଯିବ । ଡିଜେ ଗାଡ଼ି ସିଜ୍ କରାଯିବ ବୋଲି ଡିସିପି କହିଛନ୍ତି ।