ନାଟକ ମାଧ୍ୟମରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସଚେତନତା ବାର୍ତ୍ତା

1 min read

କୋଣାର୍କ: ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା । ନାଟକ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ଯୁଧିଷ୍ଠିର ଥିଏଟରର କଳାକାର । ପିପିଲିର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜସେବୀ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମରେ ଗଠିତ ହୋଇଛି ଯୁଧିଷ୍ଠିର ଥିଏଟର ।

ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ନୂଆ ନାଟ୍ୟ ଅନୁଷ୍ଠାନର ଲୋଗୋ ଲୋକାର୍ପଣ ହୋଇଛି । ପ୍ରଥମ ନାଟ୍ୟୋତ୍ସବରେ ନାଟକ ‘ଲୁହ ଲହୁର କଥା’ ପରିବେଷଣ କରାଯାଇଛି । ଆମ ଐତିହ୍ୟ, ସଂସ୍କୃତି ତଥା ଗୌରବର କୀର୍ତ୍ତି କୋଣାର୍କର ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଅଭିଯାନକୁ ନେଇ ନାଟକ ଲୁହ ଲହୁର କଥା । ନାଟକ ଦେଖି ଭାବ ବିହ୍ଵଳ ହେଲେ ଦର୍ଶକ । ଏହାକୁ ରଚନା କରିଛନ୍ତି ଗଙ୍ଗାଧର ଜେନା ଏବଂ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ ସୋନୀ I ଏହି ଅବସରରେ ସଂସ୍ଥା ତରଫରୁ ଓଡିଆ ନାଟକର ଦୁଇ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ପଞ୍ଚାନନ ଦାସ ଏବଂ ପ୍ରଦୀପ ମିଶ୍ରଙ୍କୁ ଯୁଧିଷ୍ଠିର ସମ୍ମାନ ପ୍ରଦାନ କରାଯାଇଥିଲା ।