ଜେଜେଙ୍କଠାରୁ ଆରମ୍ଭ କରି ପୁତୁରା, ଜାଣନ୍ତୁ ରତନ ଟାଟାଙ୍କ ପରିବାର ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ରତନ ଟାଟା । ଭାରତୀୟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ପରେ ତାଙ୍କ ସମ୍ପର୍କରେ ସବୁକିଛି ଜାଣିବା ପାଇଁ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ରତନ ଟାଟା ବିବାହ କରି ନଥିବାବେଳେ ତାଙ୍କ ପରିବାରରେ କେଉଁମାନେ ରହିଛନ୍ତି ଏବଂ ତାଙ୍କ ସମ୍ପତ୍ତି ସବୁ କାହାକୁ ମିଳିବ ତାକୁ ନେଇ ସଭିଙ୍କ ମନରେ ଏକ ଦ୍ବନ୍ଦ ରହିଛି । ତେବେ ଆସନ୍ତୁ ଜାଣିବା ରତନ ଟାଟାଙ୍କ ପରିବାରରେ ରହିଛନ୍ତି କିଏ ?

ରତନ ଟାଟାଙ୍କ ବାପାଙ୍କ ନାମ ହେଉଛି ନାଭାଲ ଟାଟା । ଏବଂ ନାଭାଲ ଟାଟାଙ୍କୁ ପୌଷ୍ୟପୂତ୍ର ଭାବେ ଗ୍ରହଣ କରିଥିଲେ ରତନଜୀ ଦାଦା ଟାଟା । କିନ୍ତୁ ନାଭାଲ ଟାଟା ଦୁଇ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଦୁଇ ପୁଅ ରହିଥିଲେ । ଜଣେ ହେଉଛନ୍ତି ରତନ ଟାଟା ଏବଂ ଅନ୍ୟ ଜଣେ ହେଲେ ଜିମ୍ମି ଟାଟା । ନାଭାଲଙ୍କ ଦ୍ବିତୀୟ ପତ୍ନୀଙ୍କ ଜଣେ ପୁଅ ଥିଲେ । ତାଙ୍କ ନାମ ହେଲା ନୋଏଲ ଟାଟା । ରତନ ଟାଟା ବିବାହ କରିନଥିବାବେଳେ ନୋଏଲ ଟାଟା ହେଉଛନ୍ତି ତାଙ୍କ ସାବତ ଭାଇ । ନୋଏଲ ଟାଟାଙ୍କ ତିନି ପୁଅ ରହିଛନ୍ତି । ସେମାନେ ରତନ ଟାଟାଙ୍କ ବିଭିନ୍ନ କମ୍ପାନୀର ଦାୟିତ୍ବ ଏବେ ବୁଝୁଛନ୍ତି । ସେମାନେ ଏବେ ରତନ ଟାଟା ପରବର୍ତ୍ତୀ ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି ।