ପଦାର୍ଥ ବିଜ୍ଞାନରେ ଜନ୍ ହୋପଫିଲଡ ଓ ଜେଫ୍ରି ହିନଟନଙ୍କୁ ନୋବେଲ

ଭୁବନେଶ୍ବର: ପଦାର୍ଥ ବିଜ୍ଞାନରେ ଏଥର ନୋବେଲ ପାଇବେ ଦୁଇ ବୈଜ୍ଞାନିକ ଜନ୍ ହୋପଫିଲଡ ଏବଂ ଜେଫ୍ରି ହିନଟନ । ମେସିନ ଲର୍ଣ୍ଣିଂର ପ୍ରାଥମିକ ଗବେଷଣା ପାଇଁ ଏହି ଦୁଇ ଜଣ ୨୦୨୪ ପାଇଁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଦୁଇ ବୈଜ୍ଞାନିକ ଯାହା ଉଦ୍ଭାବନ କରିଛନ୍ତି, ତାହା ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ନ୍ୟୁଟ୍ରାଲ ନେଟୱର୍କ ର ଡଭଲପମେଣ୍ଟରେ ସାହାଯ୍ୟ କରିଛି । ରୟାଲ ସ୍ଵେଡିସ୍ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି ।

ଜେଫରି ହିନଟନଙ୍କୁ ଆର୍ଟିଫିସିଆଲ୍ ଇଣ୍ଟିଲିଜେନସର ଗଡ୍ ଫାଦର କୁହାଯାଏ । ସେମାନଙ୍କର ଆବିଷ୍କାର ଯୋଗୁଁ ଆଜି ଆର୍ଟିଫିସିଆଲ୍ ଇଣ୍ଟିଲିଜେନସ ଓ ମେସିନ ଲର୍ଣ୍ଣିଂ ସମ୍ଭବ ହୋଇପାରିଛି । ଜନ୍ ଆମେରିକାର ପ୍ରିନସଟନ ୟୁନିଭର୍ସିଟିରେ ପ୍ରଫେସର ଥିବା ବେଳେ ହିନଟନ୍ ୟୁନିଭର୍ସିଟି ଅଫ୍ ଟରଣ୍ଟୋରେ ପ୍ରଫେସର ଅଛନ୍ତି । ୧୯୮୦ ଦଶକରେ ସେମାନେ ଏହି ଗବେଷଣା କରିଥିଲେ ।