ହରିଶଙ୍କର ପୀଠରେ ଜନ୍ମଦିନ ପାଳିଲେ ଅଭିନେତା ସବ୍ୟସାଚୀ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ପୀଠରେ ଜନ୍ମଦିନ ପାଳନ କଲେ ଅଭିନେତା ସବ୍ୟସାଚୀ ମିଶ୍ର । ବଲାଙ୍ଗୀର ମାଓପ୍ରବଣ ଖପ୍ରାଖୋଲ ବ୍ଲକରେ ବହୁ ଚର୍ଚିତ ଚଳଚ୍ଚିତ୍ର ରାଣ୍ଡୀ ପୁଅ ଅନନ୍ତାର ସୁଟିଂ ଚାଲିଛି । ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଏହି ଚଳଚ୍ଚିତ୍ରର ସୁଟିଂ ସେଟରେ  ନିଜ ଜନ୍ମଦିନ ପାଳନ କରିଛନ୍ତି ପ୍ରଖ୍ଯାତ ସିନେ ଅଭିନେତା ସବ୍ୟସାଚୀ ମିଶ୍ର । ପ୍ରଥମେ ବାବା ହରିଶଙ୍କରଙ୍କ ଦର୍ଶନ କରି ପୂଜାର୍ଚନା କରିଥିଲେ ସବ୍ୟସାଚୀ । ସମସ୍ତ କଳାକାର ଓ ପ୍ରସଂଶକଙ୍କ ସହ ମନ୍ଦିର ପ୍ରାଙ୍ଗଣରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ନିଜ ଜନ୍ମଦିନ ଦିନକୁ ସ୍ମରଣୀୟ କରିବା ପାଇଁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଥିଲେ  । ପ୍ରଚଣ୍ଡ ଖରାରେ ଭକ୍ତ ଖାଲି ପାଦରେ ଛିଡା ହୋଇ ପାରୁନଥିବାରୁ ସେଠାରେ ଫୁଟ୍ କାର୍ପେଟ ବିଛାଇବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ତାସହ କିଛି ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ପାଇଁ ସେ ସହାୟତା ପ୍ରଦାନ କରିଛନ୍ତି ।  ଏହି ଅବସରରେ ସବ୍ୟସାଚୀଙ୍କ ସହ ଚଳଚ୍ଚିତ୍ରର ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସମସ୍ତ ଷ୍ଟାଫ୍ ଉପସ୍ଥିତ ଥିଲେ ।