ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ସୋସିଆଲ ମିଡିଆରେ ଏଭଳି ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ପର୍ଯ୍ଯଟକ । ଅଭିଯୋଗ ଅନୁସାରେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୭୦ରୁ ଅଧିକ ଛାତ୍ରଛାତ୍ରୀ ପଞ୍ଚଲିଙ୍ଗେଶ୍ବର ଆସିଥିଲେ । ମୁଖ୍ଯ ଗେଟ୍ ଜୋତା ଷ୍ଟାଣ୍ଡ ଆଗରେ ଜଣ ପିଛା ୫ ଟଙ୍କା ଲେଖାଏଁ ଟିକେଟ ଆଦାୟ କରାଯାଉଥିଲା । ଜୋତା ନଥାଇ କାକିଁକି ଟିକେଟ କରିବେ ବୋଲି ପ୍ରଶ୍ନ କରିବାରୁ କିଛି ବ୍ଯକ୍ତି ସେମାନଙ୍କୁ ଦୁର୍ବ୍ଯବହାର ସହ ଟଙ୍କା ଦେବାକୁ ବାଧ୍ଯ ବୋଲି କହିଥିଲେ । ଏନେଇ ପର୍ଯ୍ଯଟକମାନେ ସୋସିଆଲ ମିଡିଆରେ ଜଣାଇବା ସହ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ।