IND vs PAK: ଶେଷଥର କେବେ ହେଇଥିଲେ ମୁହାଁମୁହିଁ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ମହିଳା ଟି-୨୦ ବିଶ୍ବକପରେ ଏକ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ମ୍ୟାଚରେ ଭାରତ- ପାକିସ୍ତାନ ମୁହାଁମୁହିଁ ହେବାକୁ ଥିବାବେଳେ କଡା ଟକ୍କର ଦେଖିବାକୁ ମିଳିବ । ମ୍ୟାଚଟି ୩.୩୦ରେ ଆରମ୍ଭ ହେବାକୁ ଥିବାବେଳେ କିଏ ହାତେଇବ ବିଜୟ ମୁକୁଟ ତାହା ଅନୁମାନ କରିବା କଷ୍ଟସାଧ୍ୟ । ହେଲେ ଗତ ଟି-୨୦ ମ୍ୟାଚରେ ମହିଳା ଭାରତ ଦଳ ଯେମତି ପାକିସ୍ତାନକୁ ଧୂଳି ଚଟେଇଥିଲା ତାକୁ ଦେଖି ଲାଗୁଛି କି ଏହି ମ୍ୟାଚଟି ଭାରତ ସପକ୍ଷରେ ରହିବ ।

ଗତଥର ଦୁଇଟି ଦଳ ଏସିଆ କପରେ ମୁହାଁମୁହିଁ ହେଇଥିଲେ । ଭାରତୀୟ ମହିଳା ଦଳ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ମ୍ୟାଚରେ ଦଳ ପାକିସ୍ତାନକୁ ୭ଓ୍ବିକେଟରେ ହରାଇଥିଲା । ପାକିସ୍ତାନୀ ମହିଳା ଦଳ ଟଚ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିପାରିନଥିଲେ । ପାକିସ୍ତାନ ଦଳର ୩ଜଣ ଖେଳାଳୀ ମାତ୍ର ୨୦ରନ କରିବାରେ ସକ୍ଷମ ହୋଇଥିଲେ । ଯାହାଫଳରେ କି ପାକିସ୍ତାନ ମାତ୍ର ୧୦୮ରନ କରି ବ୍ୟାଟିଂ ଶେଷ କରିଥିଲା । ପାକିସ୍ତାନକୁ ଚ୍ୟାଲେଞ୍ଜ କରି ଭାରତ ମାତ୍ର ୧୫ଓଭରରେ ବାଜି ମାରିନେଇଥିଲା । ଭାରତୀୟ ଖେଳାଳୀ ସ୍ମୃତି ମନ୍ଧାନା ୪୫ରନ, ଶେଫାଳୀ ବର୍ମା ୪୦ରନ ହାସଲ କରିଥିଲେ । ସର୍ବାଧିକ ୩ଓ୍ବିକେଟ ନେଇ ଦିପ୍ତୀ ବର୍ମା ପ୍ଲେୟାର ଅଫ ଦି ମ୍ୟାଚ ହାସଲ କରି ଫାଇନାଲରେ ପହଞ୍ଚିଥିଲେ  । କିନ୍ତୁ ଦୁଃଖର କଥା ଭାରତୀୟ ମହିଳା ଦଳ ବିଜୟ ମୁକୁଟ ଜିତିପାରିନଥିଲେ । ଶ୍ରୀଲଙ୍କା ୨୦୨୪ର ଚମ୍ପିୟାନ ହୋଇଥିଲା ।

ତେବେ ନଜର ପକାନ୍ତୁ ମ୍ୟାଚରେ ଖେଳୁଥିବା ଖେଳାଳୀମାନଙ୍କ ଉପରେ:

ଭାରତର ଟି -20 ଦଳ: ସ୍ମୃତି ମଣ୍ଡନା, ଶାଫାଲୀ ଭର୍ମା, ହରମାନପ୍ରୀତ କ ur ର (ଅଧିନାୟକ), ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର), ଦୀପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡୀ, ପୂଜା ଭାଷ୍ଟ୍ରକର, ଶ୍ରେୟଙ୍କା ପାଟିଲ, ଆଶା ଶୋଭାନା, ରେନୁକା ସିଂ ଠାକୁର , ଦିନଲାନ୍ ହେମଲତା ଏବଂ ରାଧା ଯାଦବ |

ପାକିସ୍ତାନ ଟି -20 ଦଳ: ମୁନିବା ଅଲି (ଡବ୍ଲୁ), ଗୁଲ ଫିରୋଜ, ସିଡ୍ରା ଆମିନ, ଓମାଇମା ସୋହେଲ, ନିଦା ଦାର, ଟୁବା ହାସନ, ଫାତିମା ସାନା (ଗ), ଆଲିଆ ରିଆଜ, ଡାଏନା ବାଗ, ନାଶ୍ରା ସାନ୍ଧୁ, ସାଦିଆ ଇକବାଲ, ଇରାମ ଜାଭେଦ, ସୟଦା ଅରୁବ ଶାହା। , ସାଦାଫ୍ ଶ୍ୟାମାସ୍ ଏବଂ ତସମିୟା ରୁବାବ୍ |