ମନ୍ଦିରର କବାଟ ଭାଙ୍ଗି ନେଇଗଲେ ଠାକୁରଙ୍କ ଅଳଙ୍କାର

ନନ୍ଦିଘୋଷ ବ୍ୟୁରୋ: ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଶେଷରେ ମନ୍ଦିର କବାଟ ଭାଙ୍ଗି ମନ୍ଦିର ଭିତରୁ ସିଦ୍ଧ ମହାବୀରଙ୍କ ଅଳଙ୍କାର ଚୋରି କଲେ ଲୁଟେରା । ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲବୋରି ପଂଚାୟତ ମଧୁବନ ଗାରେ ଥିବା ସିଦ୍ଧ ମହାବୀର ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ ହୋଇଛି ।  ଲୁଟେରା ମନ୍ଦିର ଫାଟକ ଭାଙ୍ଗି ହନୁମାନଙ୍କ ରୂପା ମୁକୁଟ ୩ଟା, ହାର ୩ଟା, ଗଦା ୧ଟା, ଠାକୁରଙ୍କ ଛତ୍ରୀ ୧ଟା, ଠାକୁରଙ୍କ ପାଦ ୨ଟା, ରୂପାଆଖି ୨ଟା, ଘଣ୍ଟ, ଝାଞ୍ଜ ଶହ ମନ୍ଦିର ଭିତରେ ଥିବା  ୨୦ହଜାର ଟଙ୍କା ଚୋରି କରିନେଇଛନ୍ତି । ଆଗକୁ ପାର୍ବଣ ଥିବାରୁ ଲୁଟେରାଙ୍କ ଟାର୍ଗେଟ ବିଭିନ୍ନ ମନ୍ଦିର ରହିଛି । ଆଜି ସକାଳୁ ପୂଜକ ମନ୍ଦିର ପୂଜା କରିବାକୁ ଆସିଥିବା ବେଳେ ଏଭଳି ଚୋରି ହୋଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିବା ପରେ ନୟାହାଟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛଇ ।