ବାଟବଣା ଆବାସ ଯୋଜନା, ଭଡ଼ାରେ ଲାଗୁଛି ଘର !

ଭୁବନେଶ୍ବର: ରାଜଧାନୀରେ ଭଡାରେ ଲାଗିଛି ଆବାସ ଯୋଜାନରେ ବସ୍ତି ବାସିନ୍ଦାକୁ ମିଳିଥିବା ଘର । ସମ୍ମାନ ଓ ହକର ସହ ବଞ୍ଚବାକୁ ବସ୍ତି ବାସିନ୍ଦାଙ୍କୁ ଏହି ଘର ଯୋଗାଇ ଦିଆଯାଇଛି । ହେଲେ ଚିତ୍ର ଏଠି ଓଲଟା । କିଏ ଘର ଭଡା ଲଗାଉଛି ତ, ଆଉ କିଏ ଆର୍ଥିକ ସ୍ବଚ୍ଛଳ ଥିଲେ ମଧ୍ଯ ତଥ୍ଯ ଲୁଚାଇ ହାତେଇଛନ୍ତି ଘର । ଅଭିଯୋଗ ପରେ ଆକ୍ସନ ମୋଡରେ ବିଏମସି । ସତନ୍ତ୍ର ଟିମ ଆରମ୍ଭ କଲେ ତଦନ୍ତ । ଅଭିଯୋଗ ସତ ଓ ଭଡା ଲାଗିଥିବା ନେଇ ପ୍ରମାଣ ମିଳିଲେ, ସଂପୃକ୍ତ ହିତାଧିକାରୀଙ୍କ ଘରକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର ।

ଭଡାରେ ଲାଗିଛି ବସ୍ତିବାସିନ୍ଦାଙ୍କ ଆବାସ ଘର । ଶାନ୍ତିପଲ୍ଲୀ ପରେ ନୀଳମାଧବ ନିବାସ । ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଳିଥିଲା ସ୍ବପ୍ନର ଘର । ହେଲେ ଏଠି ପ୍ଳାଟ ଭଡା ଲଗାଇ ହିତାଧିକରୀ ଛୁ । ତଦନ୍ତ ଚାଲିଛି, ସତ୍ଯାସତ୍ଯ ଆସିଲେ ଘର ବାତିଲ କରିବାକୁ ମେୟରଙ୍କ ଚେତାବନୀ ।

ଗତ ଦୁଇଦିନ ତଳେ ମୈତ୍ରିବିହାର ଥାନା ଅଧୀନୀରେ ଜଣେ ମହିଳାଙ୍କୁ ଚୋରମାନେ ଦୁର୍ଷ୍କମ କରିବା ଘଟଣା ସାମ୍ମାକୁ ଆସିଛି । ସଂପୃକ୍ତ ମହିଳା ଜଣଙ୍କ ଭଡାରେ ରହୁଥିବା ଜଣାପଡିଛି । ସେପଟେ ମେୟର କହିଛନ୍ତି, ବିଡ଼ିଏର ରିପୋର୍ଟ ଅନୁସାରେ ବିଏମସି ଘର ବାଣ୍ଟିଛି । ଘର ଭଡା ପ୍ରସଙ୍ଗରେ ତଦନ୍ତ ଚାଲିଛି । ଯଦି ଏହା ସତ, ତେବେ ଘର ମାଲିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବାସ ଘରକୁ ଭଡ଼ା ଦେଉଥିବା ପ୍ରମାଣ ମିଳିଲେ ଏସଓପି ଅନୁସାରେ ବାତିତ କରାଯିବ ।

ବିଏମସି ଅଧୀନରେ ବର୍ତ୍ତମାନ ୧୧ ଟି ପ୍ରୋଜେକ୍ଟ ରହିଛି । ଯାହା ଭିତରୁ ୪ଟି ପ୍ରୋଜେକ୍ଟରେ କାମ ସରିଛି ଓ ୭ଟି କାମ ଚାଲିଛି । ପୂର୍ବ ୪ଟି ପ୍ରୋଜେକ୍ଟ କୌଣସି ସମସ୍ୟା ନାହିଁ । କିନ୍ତୁ ପରବର୍ତ୍ତୀ ପ୍ରୋଜେକ୍ଟ ଅନୁସାରେ ଯେଉଁ ଘର ଦିଆଯାଇଛି ତା’ର ତାଲିକା ବିଡ଼ିଏ ଦେଇଥିଲା ଓ ବିଏମସି କେବଳ ଆଲର୍ଟ କରିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୋଗ ଆସୁଛି ଯେଉଁମାନଙ୍କର ଗାଡ଼ି, ଘର ଅଛି ସେମାନେ ମଧ୍ୟ ଘର ନେଇଛନ୍ତି । ପୂର୍ବରୁ ଶାନ୍ତିପଲ୍ଲୀ ବସ୍ତିରେ ୨ଜଣ ହିତାଧିକାରୀଙ୍କ ଘରକୁ ବାତିଲ କରିଛି ବିଏମସି ।