୧୯୬୮ ମସିହାରେ ହେଇଥିଲା ଗାୟବ ୨୦୦୩ରେ ମିଳିଥିଲା ଅଂଶବିଶେଷ, ଦେଶର ଲମ୍ବା ରେସ୍କ୍ୟୁ ଅପରେସନ

1 min read

ନନ୍ଦିଘୋଷ ବ୍ୟୁରୋ : ୧୯୬୮ ମସିହାରେ ହେଇଥିଲା ଗାୟବ ୨୦୦୩ରେ ମିଳିଥିଲା ଅଂଶବିଶେଷ । ୧୦୨ଙ୍କ ମଧ୍ୟରୁ ମିଳିଲା ୪ଜଣଙ୍କର ମରଶରୀର । ଦେଶରୁ ସବୁଠାରୁ ଦୀର୍ଘ ଉଦ୍ଧାର କାର୍ଯ୍ୟ ତାଲିକାରେ ହେଲା ରେକର୍ଡ । ୫୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୬୮ ମସିହାରେ ଏକ ଭାରତୀୟ ବାୟୁସେନା ବିମାନ ନିଖୋଜ ହେଇଥିଲା । ଯାହା ରୋହତଙ୍ଗ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ବିମାନରେ ୧୦୨ ଜଣ ଯାତ୍ରୀ ଥିବା ବେଳେ ବର୍ତ୍ତମାନସୁଦ୍ଧା ମାତ୍ର ୯ଜଣଙ୍କ ମରଶରୀର ଠାବ ହୋଇଛି । ଆଜିବି ବାକି ଲୋକଙ୍କ ମରଶରୀର ଖୋଜାଚାଲିଛି ।

୭ ଫେବୃଆରୀ ୧୯୬୮ରେ, AN-12 ନାମକ ବିମାନ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଯାତ୍ରାକରିଥିଲା କିନ୍ତୁ ଉଡାଣର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା । ରୋହତାଙ୍ଗ ନିକଟରେ ଖରାପ ପାଗର ସମ୍ମୁଖୀନ ହେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବଂ ପୀଡିତଙ୍କ ମୃତଦେହ ଦଶନ୍ଧି ଦଶନ୍ଧି ଧରି ତୁଷାରପାତ ଅଞ୍ଚଳରେ ନିଖୋଜ ହେଇଯାଇଥିଲା । ସେବେଠାରୁ ଡୋଗ୍ରା ସ୍କାଉଟ୍ସଙ୍କ ନେତୃତ୍ୱରେ ଭାରତୀୟ ସେନାର ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

୨୦୦୩ରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପର୍ବତାରୋହୀମାନେ ପ୍ରଥମେ ଏହି ଧ୍ୱଂସାବଶେଷ ଆବିଷ୍କାର କରିଥିଲେ ଏବଂ ପରେ ଭାରତୀୟ ସେନା, ବିଶେଷକରି ଡୋଗ୍ରା ସ୍କାଉଟ୍ସ ଦ୍ୱାରା ଅନେକ ଅଭିଯାନ କରାଯାଇଥିଲା। ପ୍ରତିକୂଳ ପରିସ୍ଥିତି ଏବଂ ଅପହଞ୍ଚ ଭୂମିସତ୍ତ୍ବେ ୨୦୧୯ ପର୍ଯ୍ୟନ୍ତ କେବଳ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ଆଉ ଚାରିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସର୍ବମୋଟ ୯ଟି ମୃତଦେହ ଉଦ୍ଧାର କରାଯାଇଛି ।

ମୃତଦେହ କିପରି ଚିହ୍ନଟ ହେଲା ?

ମିଳିଥିବା ମୃତଦେହ ମଧ୍ୟରୁ ୩ଜଣଙ୍କ ପରିଚୟ ମିଳିଥିବା ବେଳେ ସେମାନେ ହେଉଛନ୍ତି ମାଲକାନ ସିଂ, କନଷ୍ଟେବଳ ନାରାୟଣ ସିଂ ଏବଂ ଥୋମାସ ଚରଣ। ତେବେ ଅକ୍ଟୋବର 10 ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ସେନା କହିଛି।

ଦୁର୍ଘଟଣା କିପରି ହୋଇଥିଲା ?

୭ ଫେବୃଆରୀ ୧୯୬୮ରେ ଚଣ୍ଡିଗଡ଼ରେ ଭୋରୁ ଭାରତୀୟ ବାୟୁସେନାର ୨୫ ସ୍କ୍ବାଡ୍ରୋନ ଆଣ୍ଟୋନୋଭ୍ -୧୨ ବିମାନ କୁହୁଡ଼ି ସମୟରେ ଉଡାଣ ଭରିଥିଲା । ବିମାନରେ ୯୮ଜଣ ସେନା କର୍ମଚାରୀ ଏବଂ ଚାରିଜଣ କ୍ରୁ ମେମ୍ବର ଥିଲେ ଯେଉଁମାନେ ନିଜ ଡ୍ୟୁଟିରେ ଯୋଗଦେବାକୁ ଲେହ ଯାଉଥିଲେ।

ସକାଳ ପ୍ରାୟ ୬.୫୫ ସମୟରେ ପାଇଲଟ୍ ଖରାପ ପାଗ ହେତୁ ଚଣ୍ଡିଗଡ଼ରେ ଥିବା ଏୟାର ଟ୍ରାଫିକ୍ ନିୟନ୍ତ୍ରଣକୁ ସୂଚନା ଦେଇଥିଲେ, କିନ୍ତୁ ୩ମିନିଟ୍ ପରେ ବିମାନଟି ଏଟିସି ସହିତ ସମ୍ପର୍କ ହରାଇଲା। ସେ ଚୀନ୍ ସୀମାବର୍ତ୍ତୀ ହିମାଚଳ ପ୍ରଦେଶର ଲାହଲ୍ ଏବଂ ସ୍ପିଟି ଅଞ୍ଚଳରେ ନିଖୋଜ ହେଇଯାଇଥିଲା । ଏବଂ କକପିଟରୁ କୌଣସି ଜରୁରୀକାଳୀନ କଲ୍ ଆସି ନଥିଲା । ଏହା ପରେ ଭାରତୀୟ ବାୟୁସେନା ହେଲିକପ୍ଟରର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ମଧ୍ୟ ସପ୍ତାହେ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥିଲା ।

ଭାରତୀୟ ବାୟୁସେନା ବିମାନ AN 12 ନିଖୋଜ !

ବିମାନ ସମ୍ପର୍କରେ କୌଣସି ସୂଚନା ମିଳୁନଥିବା ବେଳେ ଏହାକୁ ନେଇ ଅନେକ ଗୁଜବ ସୃଷ୍ଟି ହେଇଥିଲା । ଏପରିକି ବିମାନଟି ହାଇଜାକ ହେଇଥିବାର ସନ୍ଦେହ କରାଯାଇଥିଲା ।ଆଉ କିଛି ବିମାନଟି ପାକିସ୍ତାନ କିମ୍ବା ଚାଇନାରେ ହଜିଯାଇଥାଇପାରେ ବୋଲି ଗୁଜବ ହେଉଥିଲା ।

୨୦୦୩ରେ ମିଳିଥିଲା ବିମାନର ଅଂଶବିଶେଷ :

୨୦୦୩ରେ, ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପର୍ବତାରୋହଣରୁ ଆରୋହଣକାରୀମାନେ ବିମାନର ଧ୍ୱଂସାବଶେଷ ଆବିଷ୍କାର କରିଥିଲେ। ଏହା ପରେ ସେନା, ବିଶେଷକରି ଡୋଗ୍ରା ସ୍କାଉଟ୍ସ ଅନେକ ଅପରେସନ୍ କରିଥିଲେ । ୨୦୦୫, ୨୦୦୬ ଏବଂ ୨୦୧୯ରେ କରାଯାଇଥିବା ସର୍ଚ୍ଚ ଅପରେସନରେ ବିମାନର ଅଂଶବିଷେଶ ସହିତ ମୃତଦେହ ଉଦ୍ଧାର କରାଯାଇଥିଲା । ସନ୍ଧାନ କାର୍ଯ୍ୟରେ ପାଗ ସବୁବେଳେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା ।ତାପମାତ୍ରା ବେଳେବେଳେ ମାଇନସ୍ 15 ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଥାଏ ଯାହାଫଳରେ କି ସନ୍ଧାନରେ ବାଧା ସୃଷ୍ଟି ହେଇଥାଏ

ଜୁଲାଇ ୨୦୧୮ ରେ ମିଳିଥିଲା ମୃତଦେହ:

ଜୁଲାଇ ୨୦୧୮ରେ, ଏକ ପର୍ବତାରୋହଣ ଅଭିଯାନ ବିମାନର କିଛି ଅଂଶ ତଥା ବିମାନରେ ଥିବା ଜଣେ ସୈନିକଙ୍କ ମୃତଦେହ ପାଇଥିଲେ । ଜୁଲାଇ ୧ରେ ଚନ୍ଦ୍ରଭଗା ୧୩ ଶିଖରରେ ସଫେଇ କାର୍ଯ୍ୟରେ ଥିବା ପର୍ବତାରୋହୀଙ୍କ ଏକ ଦଳ ଏହା ଆବିଷ୍କାର କରିଥିଲେ। ସମୁଦ୍ର ପତ୍ତନଠାରୁ୬୨୦୦ ମିଟର ଉଚ୍ଚରେ ଥିବା ଢାକା ଗ୍ଲାସିଅର୍ ବେସ୍ କ୍ୟାମ୍ପରେ ଏହି ମୃତଦେହ ମିଳିଥିଲା। ଏହାପୂର୍ବରୁ ଅଗଷ୍ଟ ୨୦୦୭ ରେ ସେନା ଉକ୍ତ ସ୍ଥାନରୁ ଆଉ ତିନୋଟି ମୃତଦେହ ଉଦ୍ଧାର କରିଥିଲା।