ଆଜିଠୁ ଦେଶରେ ଲାଗୁ ହେଉଛି ଅନେକ ନୂଆ ନିୟମ

ନନ୍ଦିଘୋଷ ବ୍ୟୁରୋ :   ଆଜିଠୁ ଦେଶରେ ଲାଗୁ ହେଉଛି ଅନେକ ନୂଆ ନିୟମ । ଯାହାକି ଆପଣଙ୍କ ବଜେଟକୁ ବଢାଇଦେବ । ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ, ସୁକନ୍ଯା ସମୁଦ୍ଧି ଏବଂ ପିପିଏଫ ଆକାଉଣ୍ଟ ଆଦି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେଉଛି । ଆଜିଠୁ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀରେ କରାଯାଇଥିବା ପରିବର୍ତ୍ତନକୁ ଲାଗୁ କରାଯିବ । ସୁକନ୍ଯା ସମୃଦ୍ଧି ସ୍କିମ ସହିତ ଏକ ପ୍ରମୁଖ ନିୟମ ପରିବର୍ତ୍ତନ କରାଯାଇଛି । ଏହି ନିୟମ ଅନୁଯାୟୀ କେବଳ ଝିଅମାନଙ୍କର ଆଇନଗତ ଅଭିଭାବକମାନେ ପ୍ରଥମ ଦିନରୁ ଏହି ଆକାଉଣ୍ଟଗୁଡ଼ିକ ପରିଚାଳନା କରିପାରିବେ । ନୂତନ ନିୟମରେ ଯଦି କୌଣସି ଝିଅର ଏସଏସୱାଇ ଆକାଉଣ୍ଟ ତାଙ୍କ ଆଇନଗତ ଅଭିଭାବକଙ୍କ ଦ୍ବାରା ଖୋଲାଯାଇନାହିଁ ତେବେ ସେଭଳି ଆକାଉଣ୍ଟକୁ ପିଲାଙ୍କ ବାପାମାଆ କିମ୍ବା ଆଇନଗତ ଅଭିଭାବକଙ୍କୁ ହସ୍ତାନ୍ତର କରିବାକୁ ପଡ଼ିବ । ଅନ୍ଯପଟେ ଡାକ ବିଭାଗରେ କ୍ଷୁଦ୍ର ସଞ୍ଚୟ ଯୋଜନା ଅଧୀନରେ ପରିଚାଳିତ ପିପିଏଫ ଯୋଜନାରେ ୩ଟି ପ୍ରମୁଖ ପରିବର୍ତ୍ତନ ହେଉଛି । ଏକରୁ ଅଧିକ ଆକାଉଣ୍ଟ ଥିବା ଲୋକଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏହାବ୍ଯତୀତ ଏହି ଯୋଜନାରେ ନାବାଳକଙ୍କୁ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ଅନିୟମିତ ଆକାଉଣ୍ଟ ଉପରେ ସୁଧ ପ୍ରଦାନ କରାଯିବ ଯେପର୍ଯ୍ଯନ୍ତ ବ୍ଯକ୍ତିଗତ ଆକାଉଣ୍ଟ ଖୋଲିବାକୁ ଯୋଗ୍ଯ ନହୋଇଛନ୍ତି । ସେମାନଙ୍କୁ ୧୮ ବର୍ଷ ପରେ ପିପିଏଫ ସୁଧହାର ପ୍ରଦାନ କରାଯିବ ।