ସରକାରଙ୍କୁ ନଗଡା ଯିବା ପାଇଁ ନିମନ୍ତ୍ରଣ ଦେଲେ ବରିଷ୍ଠ ବିଜେଡି ନେତା

ଭୁବନେଶ୍ବର: କଂଗ୍ରେସ କହିଲା ଭାଷଣ ନୁହେଁ, କାମ କରନ୍ତୁ ସରକାର  । ବଦଳିଛି ନଗଡ଼ାର ଚିତ୍ର। ଅପପୃଷ୍ଟି ୯୯ ପ୍ରତିଶତ ଦୂର ହୋଇସାରିଛି । ନଗଡ଼ାର ଭିତ୍ତିଭୂମି ବିକାଶ ସହ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବେୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି। ବିଜେଡ଼ି ସରକାରର ଶାସକ ସମୟରେ ତତ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଗଡ଼ାର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ଯାହା ଆଜି ଜଳଜଳ କରି ଦିଶୁଛି । ଦିନେ ଅପହଞ୍ଚ ଓ ଅପପୃଷ୍ଟି ପାଇଁ ଚର୍ଚ୍ଚାରେ ଥିବା ନଗଡ଼ା ଆଜି ବିକାଶ ପାଇଁ ଚର୍ଚାି ରେ ରହିଛି । ହେଲେ ମୁଖ୍ୟମନ୍ତ୍ରୀ ନଗଡ଼ା ତଥ୍ୟ ନଥାଇ ଅନ୍ଧାରରେ ବାଡ଼ି ବୁଲାଇ ଭାଷଣ ଦେଇଛନ୍ତି ।

ବଡ଼ଚଣାରେ ମୁଖ୍ୟମନ୍ତ୍ରୀ ନଗଡ଼ା ନେଇ ଯେଉଁ ବୟାନ ଦେଇଛନ୍ତି ତାହାକୁ ବରିଷ୍ଠ ରାଜନେତା ପ୍ରଫୁଲ ଘଡ଼ାଇ ସମାଲୋଚନା କରିବା ସହ ନଗଡ଼ାର ବିକାଶ ଚିତ୍ର ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନଗଡ଼ା ଆସିବାକୁ ନିମନ୍ତ୍ରଣ କରିଛନ୍ତି । ନବୀନ ପଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବହୁତ ବିକାଶ ଘଟିଛି ଏହାକୁ ଓଡ଼ିଶାବାସୀ ଅନୁଭବ କରିଛନ୍ତି ବୋଲି ପ୍ରଫୁଲ ଘଡ଼ାଇ କହିଛନ୍ତି ।

ଅପପୃଷ୍ଟି ପ୍ରସଙ୍ଗ ବଡ଼ଚଣାରେ ମୁଖ୍ୟମନ୍ତ୍ରୀ ଉଠାଇବା ପରେ ସଂସଦର ତଥ୍ୟ ଦେଖାଇ ଏହାର କାଉଣ୍ଟର ଜବାବ ଦେଇଥିଲେ ବିଜେଡ଼ି ସାଂସଦ ସୁଲତା ଦେଓ । ଅପପୃଷ୍ଟି ଦୂର କରିବାରେ ଓଡ଼ିଶା ବିଜେପି ଶାସିତ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଓଡ଼ିଶା ବେଶ ଆଗରେ ରହିଥିଲା ବିଜେଡ଼ି ଶାସନ ସମୟରେ । ଅନ୍ୟପଟେ ନଗଡ଼ା ନେଇ ବିଜେଡ଼ି ଓ ବିଜେପି କଳିରେ ଘିଅ ଢାଳିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ନଗଡ଼ାର ବିକାଶକୁ ସ୍ବୀକାର କରିବା ସହ ମୁଖ୍ୟମନ୍ତ୍ରୀ ଭାଷଣବାଜି ନକରି ଦାୟିତ୍ବ ନେବାକୁ ପରାମର୍ଶ ଦେଇଛନ୍ତି ।

ବିକାଶ ଏବେ ନଗଡ଼ାର ପରିଚୟ ସାଜିଛି । ଅପହଞ୍ଚ ଅଂଚଳ ଏବେ ଳ ଗମନାଗମନ ସୁବିଧା ହୋଇଛି । ବିକାଶ ପାଇଁ ବିଜେପି ଓ ବିଜେଡ଼ି ମୁହାମୁହିଁ ହେବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।