ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରର ବଡ ନିଷ୍ପତ୍ତି
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଗାଈକୁ ରାଜ୍ୟମାତା ଭାବେ ଘୋଷଣା କରାଯାଇଛି । ମହାରାଷ୍ଟ୍ରର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ଗାଈର ସ୍ଥିତି, ଭୋଜନରେ ଦୁଗ୍ଧର ଉପଯୋଗିତା, ଆୟୁର୍ବେଦ ଚିକିତ୍ସା, ପଞ୍ଚଗବ୍ୟ ଉପଚାର ପଦ୍ଧତି ତଥା ଜୈବିକ କୃଷି ପ୍ରଣାଳୀରେ ଗାଈ ଗୋବର ଓ ଗୋମୁତ୍ରର ମହତ୍ତପୂର୍ଣ୍ଣ ସ୍ଥାନକୁ ଧ୍ୟାନରେ ରଖି ରାଜ୍ୟମାତା ଗୋମାତା ଘୋଷଣା ପାଇଁ ମଞ୍ଜୁରୀ ଦିଆଯାଇଛି ।
ଆସନ୍ତା ସେପ୍ଟେମ୍ବର ୨୮ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମହାରାଷ୍ଟ୍ର ଦୁଇ ଦିବସୀୟ ଗସ୍ତରେ ପହଞ୍ଚିଥିଲେ ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି ।