ଅଶାନ୍ତ ଭଦ୍ରକ: ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ: କଡ଼ା ପ୍ରହରା ଭିତରେ ଭଦ୍ରକ ସହର । ପୁରୁଣାବଜାର ଓ ସନ୍ଥିଆରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ପରେ ଲାଗୁ ହୋଇଛି ୧୬୩ ଧାରା । ସାରା ଜିଲ୍ଲାରେ ବନ୍ଦ କରି ଦିଆଯାଇଛି ଇଣ୍ଟରନେଟ୍ ସେବା ।

ସହରରେ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ଯ ବନ୍ଦ ରହିଛି । ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ସହ ୨ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଭଦ୍ରକରେ ୧୦ ଓ ଧାମନଗରରେ ୯ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।