ବଦଳିବ ପାଗ: ୨ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପରେ ମିଳିବ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ପାଗରେ ଆସିବ ସୁଧାର । ବର୍ଷାରୁ ମିଳିବ ତ୍ରାହି । ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ୍‌ ପ୍ରଭାବରେ ୨ଦିନ ହେବ ସାରା ରାଜ୍ୟ ବର୍ଷା ଭିଜୁଛି । ଆସନ୍ତା କାଲିଠାରୁ ପାଗ ଶୁଖିଲା ରହିବାନେଇ ସୂଚନା । କିନ୍ତୁ ଶୀତରୁ ତ୍ରାହି ନାହିଁ । ୬ତାରିଖ ପରଠୁ ପୁଣି ଶୀତରେ ଥରିବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଥଣ୍ଡା ଅନୁଭୁତ ହେବ । ଆସନ୍ତାକାଲି ଠାରୁ ପାଗ ଶୁଖିଲା ରହିବ କିନ୍ତୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦୁଇଦିନ ହେବ ରାଜଧାନୀ ଭୁବନେଶ୍ୱର ସମେତ ବର୍ଷାରେ ଭିଜିଲା ସାରା ରାଜ୍ୟ । କେଉଁଠି ଘଡଘଡି ସହ ବର୍ଷା ତ କେଉଁଠି ପ୍ରବଳ ବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଉପାନ୍ତରୁ ଉପକୂଳ ସବୁଠି ବର୍ଷାର ରାଜ୍‌ ଚାଲିଛି । ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ କରିଛି ଜନଜୀବନ । ଦକ୍ଷିଣ ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟ ଟ୍ରପ୍‌ଲାଇନ୍‌ ପ୍ରଭାବରେ ବର୍ଷା ଜାରି ରହିଛି । ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିଲେ ସାମାନ୍ୟ ଆଶ୍ୱସ୍ଥି ମିଳିବ ।

Leave a Reply