୨ଦିନ ଯାଏଁ ବର୍ଷିବ, ୬ରୁ ଥରିବ

ଭୁବନେଶ୍ୱର: ପୌଷମାସରେ ଶ୍ରାବଣର ଚିତ୍ର । ରାଜଧାନୀ ଭୁବନେଶ୍ୱର ସମେତ ବର୍ଷାରେ ଭିଜିଲା ସାରା ରାଜ୍ୟ । କେଉଁଠି ଘଡଘଡି ସହ ବର୍ଷା ତ କେଉଁଠି ପ୍ରବଳ ବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଉପାନ୍ତରୁ ଉପକୂଳ ସବୁଠି ବର୍ଷାର ରାଜ୍‌ । ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ଜନଜୀବନ । ଦକ୍ଷିଣ ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟ ଟ୍ରପ୍‌ଲାଇନ୍‌ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, ଅନୁଗୁଳ, କଟକ ଏବଂ ଖୋର୍ଦ୍ଧାରେ ବିଜୁଳି ସହ ବର୍ଷା ହେବ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ।

୬ ତାରିଖ ବେଳକୁ ପାଗ ପରିବର୍ତ୍ତନ ହେବ । ମେଘମୁକ୍ତ ଆକାଶ ସାଙ୍ଗକୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଯିବ । ଫଳରେ ପୁଣି ଜାଡରେ ଥରିବ ଓଡ଼ିଶା । ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ କମିଯିବ । ରାତିର ତାପମାତ୍ରା ମଧ୍ୟ ଅହେତୁକ ଭାବରେ କମିଯିବାର ସମ୍ଭାବନା ରହିଛି । ପ୍ରବଳ ଶୀତ ସାଙ୍ଗକୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖିବାକୁ ମିଳିବ ।

ଅଦିନିଆ ବର୍ଷା ପରେ ପୁଣି ଆସିବ ଶୀତ । ହାଡ଼ଭଙ୍ଗା ଶୀତ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Leave a Reply